ଗଞ୍ଜାମ ଜ଼ିଲ୍ଲା ପ୍ଲାମ୍ବର ଆସୋ ସିଏସନର ତ୍ରୟୋଦଶ ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଶ୍ରମିକ ଦିବସ ଦିନ ଗଞ୍ଜାମ ଜ଼ିଲ୍ଲା ପ୍ଲମ୍ବର ୱାର୍କମେନସ ଆସୋସିଏସନର ତ୍ରୟୋଦଶ ତମ ବାର୍ଷିକ ଉତ୍ସବ ଲାଞ୍ଜିପଲ୍ଲୀସ୍ଥିତ ଶ୍ରୀ ତାରାଦେବୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଆସୋସିଏନର ସଭାପତି ବିକ୍ରମ ସାହୁଙ୍କ ଅଧ୍ୟକତାରେ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବଵୀ ତଥା ଶ୍ରମିକ ନେତା ସନ୍ତୋଷ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଆଗେଇ ନେଇଥିଲେ. ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବବୀ ତଥା ଶ୍ରମିକ ନେତା ଭଗବାନ ସାହୁ, ସମାନ୍ନୀତ ଅତିଥି ଭାବେଯୋଗଦେଇଥିବାବେଳେ ବରିଷ୍ଠ ଆଇନଜୀଵୀ ତଥା ଆସୋସିଏନର ଉପଦେଷ୍ଟା ପ୍ରମୋଦ କୁମାର ସାହୁ, ସମାଜସେବୀ ପ୍ରଶାନ୍ତ କର ଯୋଗଦେଇ ଶ୍ରମିକ ଦିବସ ଓ ଶ୍ରମିକ ମାନଙ୍କର କଲ୍ୟାଣ ମୂଳକ ଯୋଜନା ସମ୍ୱନ୍ଧରେ ବୁଝାଇଥିଲେ. ଏହି କାର୍ଯ୍ୟକ୍ରମକୁ ‘ESSEL BATH FITTINGS,’ ‘ORI- PLAS HEALTHY PIPES’, ‘FERIWERE PIPES FITTINGS’ ର ସଂସ୍ଥାମାନେ ପ୍ରଯୋଜନା କରିଥିଲେ.ଉକ୍ତ କାର୍ଯ୍ୟକ୍ରମକୁ ସନ୍ତୋଷ ସେଠୀ, ବି. ଅର୍ଜୁନ ପାତ୍ର, ନାରାୟଣ ସାହୁ, ପୀତବାସ ସାମନ୍ତରା, ଟୁକୁନା ଗୌଡ଼,ଏ. କୃଷ୍ଣମୂର୍ତ୍ତି ପାତ୍ର, ସୁବାସ ଦାସ, ଆନନ୍ଦ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ରବୀନ୍ଦ୍ର ପାତ୍ର, ଡି. ସନ୍ତୋଷ ଦୋରା, ସନ୍ତୋଷ ପଟନାୟକ, ପ୍ରସାଦ କୁମାର ପାତ୍ର, ଅଜୟ ସେଠୀ, ମୁରଲୀ ଗୌଡ଼, ଗଣେଶ ଗୌଡ଼, ବିଷ୍ଣୁ ଚୌଧୁରୀ, ଦୁର୍ଗା ପ୍ରସାଦ ପାତ୍ର ପ୍ରମୁଖ ପରିଚାଳନାରେ ଭାଗ ନେଇଥିବାବେଳେ ପ୍ଲମ୍ବର ଆସୋସିଆନର ସମସ୍ତ ପ୍ଲମ୍ବର ଭାଇମାନେ ସହଯୋଗ କରିଥିଲେ.ଶେଷରେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ