ବାଲେଶ୍ୱର,ସଦର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶାଳ ନିର୍ବାଚନୀ ସଭା
ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ସନ୍ଧ୍ୟାରେ ସଦର ନିର୍ବାଚନ ମଣ୍ଡଳୀ ର ଏକ ନିର୍ବାଚନୀ ସାଧାରଣ ସଭା ବାଲେଶ୍ୱର ଟାଉନ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ପ୍ରାଙ୍ଗଣରେ ସଦର ବ୍ଲକ ସଭାପତି ଜୟକୃଷ୍ଣ ବେହେରା ଙ୍କ ଆହ୍ବାନରେ ଅନୁଷ୍ଠିତ ହୋଇ ଯାଇ ଅଛି।ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ଏହି ସଭାକୁ ସଭାପତିତ୍ୱ କରି ସ୍ୱାଗତ ଭାଷଣରେ କହିଥିଲେ ,ବିଜେଡି ୨୫ ବର୍ଷ ଶାସନରେ ଓଡ଼ିଶାରେ ଗରିବ,ଦାଦନ,ସୃଷ୍ଟି କରିବାରେ ନଂ ୱାନ କିନ୍ତୁ ମିଛ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନଂ ୱାନ,ଯେଉଁ ରାଜ୍ୟରେ ନିଜ ମନ୍ତ୍ରୀମଣ୍ଡଳୀ ର ମନ୍ତ୍ରୀ ଙ୍କୁ ହତ୍ୟା କରାଯାଉଛି।ଏବଂ ସେ ହତ୍ୟାର କାରଣ ଏ ଯାଏଁ ସରକାର ଜାଣି ପାରୁ ନାହାନ୍ତି ସେ ପୁଣି ନଂ ୱାନ ମୁଖ୍ୟ ମନ୍ତ୍ରୀ।ସେହି ପରି ବିଜେପି କୁ ସମାଲୋଚନା କରି ଶ୍ରୀ ଗିରି କହିଥିଲେ ୧୦ ବର୍ଷ ର ସରକାର ରେ ଥାଇ ଦେଶର ଆର୍ଥିକ,ସ୍ଥିତି କୁ ବିଜେପି ପୁରା ଧ୍ବଂଗ୍ସ କରି ଦେଇଛନ୍ତି।ଯୁବକ ରୋଜଗାର ପାଇଁ ହାହାକାର,ଚାଷୀ କୃଷି ବ୍ୟବସ୍ଥା ପାଇଁ ହାହାକାର,ଶ୍ରମିକ ନୂତନ ଶ୍ରମ ନୀତି ପାଇଁ ହାହାକାର,ଦେଶର ମହିଳା ଅସୁରକ୍ଷିତ ପାଇଁ ହାହାକାର କିନ୍ତୁ ମୋଦି ଲୋକଙ୍କୁ ମିଛ କହି,ଧାର୍ମିକ ଭାବାତ୍ମାଙ୍କ ଭାଷଣ ଦେଇ ଲୋକଙ୍କୁ ଠକିବାରେ ବ୍ୟସ୍ତ।ସେହିପରି ସଦର ବିଧାୟକ ପ୍ରାର୍ଥୀନୀ ଇଂ. ମୋନାଲିଶା ସାମଲ ତାଙ୍କ ବକ୍ତବ୍ୟରେ କହିଥିଲେ,ବାଲେଶ୍ୱର ସଦର ରେ ବିଜେପି,ଓ ବିଜେଡି ରୁ ପ୍ରାୟ ୩୪ ବର୍ଷ ଧରି ଆପଣ ମାନେ ଭୋଟ ଦେଇ ବିଧାୟକ ବିଧାନ ସଭା କୁ ପଠାଉଛନ୍ତି କିନ୍ତୁ ଦୁଃଖ ପରିତପ ର ବିଷୟ ଏ ଯାଏଁ ବାଲେଶ୍ୱର ସହର ରୁ ଜଳ ନିଷ୍କାସନ ବ୍ୟବସ୍ଥା ପୁରା ଠପ,ରାସ୍ତା ଘାଟର ସମାସ୍ୟା କହିଲେ ନସରେ।ଏମାନେ କେବଳ ମିଛ କହି ଲୋକଙ୍କୁ ଠକେଇ ଭୋଟ ନେଇ ବିଧାନ ସଭାକୁ ଯାଉଛନ୍ତି।କିନ୍ତୁ ବାଲେଶ୍ଵରର କୌଣସି ବିକାଶ କରିନାହାନ୍ତି ଏମାନେ।ସେହିଭଳି ବାଲେଶ୍ୱର ଏବେ ନିଗମ ହେବାର ଆବଶ୍ୟକତା ଅଛି କିନ୍ତୁ ୩୪ ବର୍ଷ ବିଜେଡି ଓ ବିଜେପି ଦଳରୁ ବିଧାୟକ ଦୁଇ ଦଳ ମିଶି ୯ବର୍ଷ ଶାସନ କଲେ ଓ ଏକାକୀ ବିଜେଡି ୧୬ ବର୍ଷ ଶାସନରେ ଏ କଥା କଣ ମନେ ପଡୁନାହିଁ?ସେହି ଭଳି ବାଲେଶ୍ୱର ସଦର ନିବାଚନ ମଣ୍ଡଳୀରେ ଯାହା ସାମୁହିକ ବିକାଶ ହେଇଛି ତାହା ମୋ କଂଗ୍ରେସ ଦଳକୁ ଆପଣ ମାନେ ଯେତେବେଳେ ଭୋଟ ଦେଇଛନ୍ତି ସେତେବେଳେ ହିଁ ହୋଇଛି।ତେଣୁ ଆପଣ ମାନଙ୍କୁ ଜୋଡହସ୍ତ ରେ ନିବେଦନ କରୁଛି କି ଆପଣ ମାନେ ୨୦୨୪ ନିର୍ବାଚନ ରେ ସାଂସଦ ପ୍ରାର୍ଥୀ ବାଲେଶ୍ୱର ବିକାଶ ର ବିନ୍ଧାଣି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଙ୍କୁ ଓ ମୁଁ ବିଧାୟକ ପ୍ରାର୍ଥୀନୀ ଭାବେ ଦୁଇଟି ଯାକ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କଲେ ଆମେ ପୁଣି ବାଲେଶ୍ୱର ବିକାଶ କୁ ଆଗେଇ ନେବୁ।ଶେଷରେ ବାଲେଶ୍ଵରର ପୂର୍ବତ୍ତନ ସାଂସଦ ତଥା ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ବିଜେଡି ବିଜେପି କୁ ସମାଲୋଚନା କରି କହିଥିଲେ ବିକାଶ ଗୋଟେ ଅଖା ବ୍ୟାଗ ଓ ୧୦୦୦ ଟଙ୍କା ଦେଇଦେଲେ ହୋଇ ଯାଏ ନାହିଁ,ଲୋକ ମାନେ ଆମକୁ ଭୋଟ ଦେଇ ଏକ କଲମ ଦିଅନ୍ତି।୨୦୦୯ ମସିହାରୁ ୨୦୧୪ ମସିହା ଯାଏଁ ଆମକୁ ସେଇ କଲମ ବାଲେଶ୍ୱର ବାସୀ ଦେଇଥିଲେ ସେହି ବାଲେଶ୍ୱର ବାସୀ ଦେଇଥିବା କଲମ ବ୍ୟବହାର କରି ଆମେ ବାଲେଶ୍ୱର ବାସୀଙ୍କ ଦାବି ବି ପୂରଣ କରିଛୁ,ବାଲେଶ୍ୱର ବାସୀ ଙ୍କ ଦାବି ନଥିବା କାମବି କରିଛୁ।ମୁଁ ଗର୍ବରେ କହିବି ଆପଣ ମାନେ ଯେଉଁ କଲମ ମୋତେ ଦେଇଥିଲେ ସେ କଲମର ସଦୁପଯୋଗ ମୁଁ କରିଛି,ସେହିଥି ପାଇଁ ମୁଁ ସେତେବେଳେ କହୁଥିଲି ଦିଲ୍ଲୀ ଆପଣଙ୍କ ଦ୍ୱାରାସ୍ତ ହେବ।ଆଉ ଆପଣ ମାନେ ଜାଣିଛନ୍ତି ୨୦୦୯ ମସିହାରୁ ୨୦୧୪ ମସିହା ରେ ଦିଲ୍ଲୀ ବାଲେଶ୍ୱର ର ଦ୍ୱାରାସ୍ତ ହେଇଥିଲା।ୟୁପିଏ ସମୟରେ ମୋତେ ଯେଉଁ କଲମ ଆପଣ ମାନେ ଦେଇଥିଲେ ସେହି କଲମ ସାହାଯ୍ୟରେ ଆଜି ଯେଉଁ ଜନ ଔଷଧି ଆପଣ ମାନେ ଦେଖୁଛନ୍ତି ତାହା ଆମେ ସାରା ଭାରତରେ ପ୍ରଥମ ଜନ ଔଷଧି କେନ୍ଦ୍ର ବାଲେଶ୍ୱରରେ କରିଥିଲୁ।ଏବେ କିଛି ନକରି ଶ୍ରୀ ନରେନ୍ଦ୍ର ମୋଦି ତାଙ୍କର ଫୋଟ ଲଗାଉଛନ୍ତି।ସେହିପରି ଆମ ସମୟରେ ଏକ ଲକ୍ଷ ବାର୍ଦ୍ଧକ୍ୟ ଭତ୍ତା ବାଲେଶ୍ୱର ରେ ଦିଆ କରାଇଥିଲୁ,ମେଡ଼ିକାଲ ଭିତରେ ଟ୍ରମାସେଣ୍ଟର,ନିମିକି ସଡକ,ବାଲିଆପାଳ ରାସ୍ତା,ସିପେଟ,ନୋସି,ମେଡ଼ିକାଲ କଲେଜ,ଏମ୍ସ ଭଳି ବହୁ କାର୍ଯ୍ୟ କରି ଆପନମାଙ୍କୁ ଯେଉଁ ଦିଲ୍ଲୀ ବାଲେଶ୍ୱର କୁ ଆଣିବା କଥା କହିଥିଲି ତାହା ପୁରା କରିଛୁ।ଆଉଥରେ ଆପଣ ମାନେ ଯଦି ମୋତେ ସାଂସଦ ଭାବେ ଓ ବିଧାୟକ ପ୍ରାର୍ଥୀନୀ ଇଂ.ମୋନାଲିଶା ସାମଲ ଙ୍କୁ ହାତ ଚିହ୍ନ ରେ ଭୋଟ ଦେଇ ସୁଯୋଗ ଦେଲେ।ଆମେ ପୁଣି ଆଉଥରେ ଦିଲ୍ଲୀ କୁ ବାଲେଶ୍ୱର ଆଣି ବାଲେଶ୍ୱର ର ଅଧୁରା କାମକୁ ପୁରା କରିବୁ।ଆଉ ମଧ୍ୟ ଶ୍ରୀ ଜେନା କହିଥିଲେ ଏ ଲଢେଇ ଶ୍ରୀକାନ୍ତ ଜେନାର ନୁହଁ,ମୋନାଲିଶା ସାମଲ ର ନୁହଁ,କଂଗ୍ରେସ ର ନୁହଁ ଏ ଲଢେଇ ଆପଣ ମାନଙ୍କର।ଆଗକୁ ସମ୍ବିଧାନ କୁ ବିଜେପି ଭାଙ୍ଗି ଦେବାକୁ ଚାହୁଁଛି,ବିଜେଡି ଗ୍ରାମାଞ୍ଚଳ ଯୁବକଙ୍କୁ ମଦ ପିଆଇ ବର୍ବାତ କରିବା ପାଇଁ ଚାହୁଁଛି।ଏଥିପ୍ରତି ସଚେତନ ହେବାକୁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ,ପଦ୍ମଲୋଚନ ଲେଙ୍କା,ଅର୍ଚ୍ଚନା ନନ୍ଦି,ଅଭିଲିପ୍ସା ମୋହାନ୍ତି,ଗୋପୀନାଥ ପାଢ଼ୀ, ଜ୍ୟୋତ୍ସ୍ନା ସେନାପତି,ରଞ୍ଜନ ଦାସ,ବିକାଶ କୁମାର ଦାସ,ଅକ୍ଷୟ ମଲ୍ଲିକ,ନିସିତ ବାରିକ,ମନରଞ୍ଜନ ନାୟକ,ଉର୍ମିଳା ମାଝୀ,ବାସନ୍ତୀ ନାୟକ,ହେମାଲତା ଦାସ,କୁମୁଦୁନି ଦାଶ,ସରୋଜ ଲେଙ୍କା, ଅଯଗର ଅଲ୍ଲୀ,ଶିବପ୍ରସାଦ ମୋହାନ୍ତି,ପ୍ରମୁଖ ଉପସ୍ଥିତ ଥିଲେ।