ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନିର୍ବାଚନ ପ୍ରଚାର

ବୁଗୁଡା/ପୋଲସରା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ମଇ ୯ ତାରିଖ ଅପରାହ୍ନରେ ବୁଗୁଡ଼ା ବ୍ଲକର ଚିଲିଖମା, ସଙ୍କୁରୁ, କାନକୁଟୁରୁ, ଘୋଳପୁର, ଭୋଗଡା, ନଗୁଡୁ, ମାଣିତରା ଓ ତାମ୍ବିରୀ ଗ୍ରାମରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବା ସହ ମାଣିତରାରେ ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ମଇ ୧୦ ତାରିଖ ପୂର୍ବାହ୍ନରେ ବିଧାୟକ ଶ୍ରୀ ସାହୁ ପୋଲସରା ବ୍ଲକର ଡିମ୍ବିରିଆ, ମନଶିଳା, ବଘାଡ଼ି, ମଧୁସୂଦନପୁର ଓ ବେଲଗାଁରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ପ୍ରତ୍ୟେକ ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ବିଜେଡି ସରକାରର ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ଏକ ଉଦାହରଣ ସୃଷ୍ଟି କରିବାକୁ ନିବେଦନ କରିଥିଲେ। ବିଧାୟକଙ୍କ ଏହି ପ୍ରଚାର କାର୍ଯ୍ୟକ୍ରମରେ ଉଭୟ ବ୍ଲକ ଓ ଏନଏସିର ବିଜେଡି କର୍ମକର୍ତ୍ତା ଓ ଜନପ୍ରତିନିଧି ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ