ବିଶ୍ୱଦରବାରରେ ଅହିଂସା ବାର୍ତ୍ତା ପହଞ୍ଚାଇବାକୁ ସାଇରାମ ଗାନ୍ଧୀଙ୍କ ଆହ୍ୱାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟଜ) : ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା, ଅହିଂସା ହିଁ ଆମ ସ୍ୱାଧୀନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମଠାରୁ ନିଆରା କରିଛି । ରାଷ୍ଟ୍ରପତି ଭବନରେ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମେନ୍ତ ଗଠିତ ଜାତୀୟ କମିଟିର ଦ୍ୱିତୀୟ ବୈଠକରେ ‘ଅହିଂସା’କୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଦାବି କରିଛି । ଅହିଂସା ହିଁ ଶାନ୍ତି, ବିକାଶ ଓ ସାମ୍ୟତାର ମାର୍ଗ । ଯୁବ ସମାଜ ମଧ୍ୟରେ ଅହିଂସା ଆଦର୍ଶର ବିକାଶ ଆମର ମହାନ୍ ସଂଗ୍ରାମ ଏବଂ ମହାତ୍ମାଙ୍କୁ ଯୁଗ ଯୁଗ ପ୍ରେରଣାର ଉତ୍ସ କରି ରଖିବ । ବିକାଶ ପାଇଁ ଯୁବପିଢୀ ଗାନ୍ଧିଜୀଙ୍କ ଅହିଂସା ମାର୍ଗ ଆପଣାଇବାକୁ ମୋର ଆହ୍ୱାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ