ମୋଟର ବାଇକ୍ ଦୁର୍ଘଟଣା; ୪ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବାଇକ୍ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ତାରିଣୀ ମନ୍ଦିର ନିକଟରେ ଘଟଣା ଘଟିଛି | ଗୁରୁତର ଆହତ ହେଲେ ସ୍ଥାନା କୁଇହୁରୁ ଗାଁର ମୀନକେତନ ମଳିକ, ଶୁକଦେବ ମଳିକ, ସଞ୍ଜୟ ମଳିକ ଓ ମୋହନାର ସୁବାସିନୀ ସାହୁ | ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ସମଯରେ ଏକ ବାଇକ୍ରେ ମୀନକେତନ, ଶୁକଦେବ ଓ ସଞ୍ଜୟ କୁଇହୁରୁ ଗାଁରୁ ମୋହନା ଆସୁଥିବା ବେଳେ ରାସ୍ତା କଡ଼ରେ ଥିବା ସୁବାସିନୀଙ୍କୁ ଧକ୍କା ଦେଇଥିଲେ । ଏଥିରେ ୪ ଜଣ ରାସ୍ତାରେ ଉପରେ ପଡ଼ି ଗୁରୁତର ଆହତ ହୋଇଛନ୍ତି | ମୋହନା ଡାକ୍ତାରଖାନାରେ ପ୍ରାଥମିକ ଚିକିତ୍ସା ପରେ ମୀନକେତ ସୁବାସିନୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ରାମକୃଷ୍ଣ ପାତ୍ର କହିଛନ୍ତି I ମୋହନା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରି ତଦନ୍ତ କରୁଛି।


