କାଳବୈଶାଖୀ ତାଣ୍ଡବ ଗଛପଡ଼ି ରାସ୍ତା ଅବରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ସଂଗଠିତ କାଳବୈଶାଖୀର ତାଣ୍ଡବ ଯୋଗୁଁ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋଟ ୭ ଗୋଟି ବ୍ଲକ ଯଥା ଗୁମ୍ମା, ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ, କାଶୀନଗର ଆଦି ବ୍ଲକ ଅଞ୍ଚଳରେ ବର୍ଷା ସାଙ୍ଗକୁ ବଜ୍ରାଘାତ ସହ ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ କେତେକ ଅଞ୍ଚଳରେ ଛପର ଓ ଟିଣ ଘର ପ୍ରଭାବିତ ହେବା ସହ ବିଭିନ୍ନ ଅଞ୍ଚଳରେ ବହୁ ପୁରାତନ ବଡ଼ ବଡ଼ ଗଛ ଗୁଡିକ ପଡି ରାସ୍ତା ଅବରୋଧ ହୋଇଥିଲା. ଏଥିସହ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଥିଲା. ହେଲେ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଘଣ୍ଟାଏ ପରେ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଥିଲା. ଗଜପତି ଜିଲ୍ଲାର ମୋହନା, ଆର. ଉଦୟଗିରି, ନୂଆଗଡ ଆଦି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲା ମହକୁମାରେ ବିଦ୍ୟୁତ ସରବରାହ ଆଜି ସକାଳେ ଠିକ ହୋଇଥିଲା. ହେଲେ ବହୁ ଗ୍ରାମାଞ୍ଚଳରେ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଛି. ମୋହନା ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ। କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ କେଉଁଠି ପବନ ସହ ପ୍ରବଳ କୁଆପଥର ବର୍ଷା ହୋଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜ ଜନଜୀବନ ଅସ୍ତ ବ ବସ୍ତ ହେ।ଇ ପଡ଼ି । ଡ଼ି ଛି । କିଛି ଗତ ଦିନ ହେଲା ପ୍ରଚଣ୍ଡ ରୌଦ୍ରତାପରେ ଲୋକେ ଡହଳବିକଳ ହେଉଥ‌ିବା ବେଳେ ବର୍ଷା ଯୋଗୁଁ ଯୋଗୁଁ ସାମାନ୍ୟ ଅସ୍ତ୍ରସ୍ଥି ଅସ୍ବସ୍ତି ଅନୁଭବ କରିଛନ୍ତି ଲୋକେ। ଶୁକ୍ରବାର ଦିନସାରା ପ୍ରଚଣ୍ଡ ଖରା ସହ ଗୁଳଗୁଳିରେ ଆଉଟୁ ପାଉଟୁ ହେଉଥିଲେ ଲୋକେ। ହେଲେ ଅପରାହ୍ନ ୩ ଟା ସମୟରୁ ଅଚାନବ ନକ ପାଗ ବଦଳିଯାଇଥିଲା I ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଘଡଘଡି ସହ ପବନ ଓ କୁଆପଥର ମାଡ ହୋଇଥିଲା। ଏଥିଯୋଗୁଁ ଚନ୍ଦ୍ରଗିରି ପୁଲିସ୍ ଫାଣ୍ଡି ଆଗ ଗରେ ଥିବା ଏକ ବିରାଟ ଗଛ ରାସ୍ତା ଉପରେ ପଡ଼ିଯାଇଥିଲା । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ମୋହନାରୁ ପାରଳାଖେମୁଣ୍ଡି ରାସ୍ତା ସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା | ପୁଲିସ୍ ଓ ଅଗ୍ନିଶମ ବାହିନୀ ଗଛକୁ ରାସ୍ତାରୁ ବାହାର କରିଥିଲେ। ଏହାପରେ ଯାତାୟତ ସ୍ବାଭାବିକ ହୋଇଥିଲା। ସେହିପରି ଚାନ୍ଦିପୁଟ, ଲୁହାଗୁଡି, କମଳାପୁର ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ର୍ଷା ସହ କୁଆପଥର ମାଡ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ