କେରାଣ୍ଡିତୋଳା ରେ ତିନି ଦିନିଆ ରଜ ମହୋତ୍ସବ ଉଦଯାପିତ-ପୁରସ୍କାର ବିତରଣ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ତିନିଦିନିଆ ରଜ ମହୋତ୍ସବ ବିଭିନ୍ନ ପ୍ରତିଯୋଗିତା ସହ ଉଦଯାପିତ ହୋଇଯାଇଛି।ପ୍ରଥମ ରଜରୁ ଗ୍ରାମର କନ୍ଯା ମାନଙ୍କ ମଧ୍ଯରେ ପୁଚି ଖେଳ, ଦଉଡି ଡିଆଁ,କଣ୍ଠ ସଙ୍ଗୀତ, ଝୋଟି,ନୃତ୍ଯ, ମ୍ଯୁଜିକାଲ୍ ଚେୟାର,ଗୃପ୍ ନୃତ୍ଯ ଓ କୁଇଜ୍ ପ୍ରତିଯୋଗିତା ପରିଚାଳିତ ହୋଇଥିଲା।ବରିଷ୍ଠ ନାଗରିକ ମଞ୍ଚ ଦ୍ବାରା ଆୟୋଜିତ ଏହି ତିନିଦିନିଆ ରଜ ମହୋତ୍ସବ ଶେଷ ରଜ ଦିବସରେ ଉଦଯାପିତ ହୋଇଯାଇଛି। ଉଦଯାପନ ଦିବସରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ଥିଲା।ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ ସଭାପତିତ୍ବ କରିଥିଲେ। ଟାଙ୍ଗଣା ପଲ୍ଲୀ ସମିତି ସଭ୍ଯା ମୀନାକୁମାରୀ ସାହୁ ମୁଖ୍ଯ ଅତିଥି ରୂପେ, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା,ପୂର୍ବତନ ସରପଞ୍ଚ କୁମାରୀ ପ୍ରଧାନ, ଗ୍ରାମ୍ଯ ସଭାପତି ଅମରେଶ୍ବର ସାହୁ,ଦୁର୍ଯ୍ୟୋଧନ ପ୍ରଧାନ ସମ୍ମାନିତ ଅତିଥିରୂପେ ଯୋଗଦେଇ ଏହି ଭଳି ଉତ୍ସବ ଆୟୋଜନକୁ ପ୍ରଶଂସା କରି ଆଗାମୀ ବର୍ଷ ଏହାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ।ମଞ୍ଚର ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ମୁଖ୍ଯ ବକ୍ତା ରୂପେ ଯୋଗଦେଇ ରଜ ପର୍ବର ଐତିହାସିକ ତଥ୍ଯ ଦେଇ ଗ୍ରାମର ରଜ ଉତ୍ସବରେ ଅଧିକରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ।ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।କୋଷାଧ୍ଯକ୍ଷ ଗଗନ ବିହାରୀ ସାହୁ, ଧର୍ମେନ୍ଦ୍ର ପ୍ରଧାନ, ରବିନ୍ଦ୍ର ସାହୁ,ତନିଷାସାହୁ ପ୍ରତିଯୋଗିତାର ବିଚାରକ ରୂପେ ଯୋଗଦେଇଥିଲେ।ଅନ୍ଯମାନଙ୍କ ମଧ୍ଯରେ ଅନିଲ୍ କାନ୍ତ ମହାରଣା,ସୋମନାଥ ବେହେରା, ଈଶ୍ବର ପ୍ରଧାନ, ହରିବନ୍ଧୁ ପ୍ରଧାନ,ଟୁକୁନା ପ୍ରଧାନ, ଜି.ରାମକୃଷ୍ଣ, ଗୋପାଳ ଚନ୍ଦ୍ର ମହାରଣା ,ବିଶ୍ବନାଥ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ