ଏବିଇଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) :ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର କର୍ତ୍ତବ୍ୟନିଷ୍ଟ ଏବିଇଓ ବିଭୁନନ୍ଦନ ପଣ୍ଡାଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ବିଇଓ କାର୍ଯ୍ୟାଳୟର ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା ଏବଂ ଶିବରାମ ବେହେରା ଓ ବରିଷ୍ଠ କିରାଣୀ କେ.ଶ୍ରୀନିବାସ ପାତ୍ର ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଏବିଇଓ ବିଭୁନନ୍ଦନ ପଣ୍ଡାଙ୍କ କର୍ତ୍ତବ୍ୟନିଷ୍ଠା, ସମୟବାନୁବର୍ତ୍ତିତା, ଶିକ୍ଷାର ବିକାଶ ବିକାଶ ପ୍ରତି ସମର୍ପଣ ମନୋଭାବ, ରୀତିମତ ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ମାର୍ଗଦର୍ଶନ ସମେତ ବହୁମୁଖୀ ପ୍ରତିଭା ଉପରେ ସ୍ମୃତିଚାରଣ କରିବା ସହ ଅବସର ପରବର୍ତ୍ତୀ ଜୀବନ ସୁସ୍ଥ ଓ ନିରାମୟ କାମନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ବିଦାୟୀ ଏବିଇଓ ବିଭୁନନ୍ଦନ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଏବଂ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ଅନିଲ୍ କୁମାର ଜେନା, ମନୋଜ କୁମାର ବେହେରା, ମନୋଜ କୁମାର ବିଶ୍ୱାଳ, ଚିନ୍ମୟ ପ୍ରଧାନ, ସୋମନାଥ ପ୍ରଧାନ, ଅମୂଲ୍ୟ କୁମାର ଦାଶ, ସନ୍ତୋଷ କୁମାର ପଟ୍ଟନାୟକ, ହେମନ୍ତ କୁମାର ନନ୍ଦ, ମନ୍ଦାକିନୀ ରଥ, ଭାଗ୍ୟଲତା ଲେଙ୍କା, ସୌଭାଗ୍ୟବତୀ ଦେବୀଙ୍କ ସମେତ ବହୁ ଶିକ୍ଷକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଅବସରପ୍ରାପ୍ତ ଏବିଇଓ ବିଭୁନନ୍ଦନ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦେଇ ଶିକ୍ଷକ ଓ ଅଣଶୈକ୍ଷିକ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନଙ୍କ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଅବସରପ୍ରାପ୍ତ ଏବିଇଓ ବିଭୁନନ୍ଦନ ପଣ୍ଡାଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଗତ ୨୦୨୩ ମସିହା ମାର୍ଚ୍ଚ ମାସ ୪ ତାରିଖରୁ ନିଜ କର୍ମମୟ ଜୀବନ ଆରମ୍ଭ କରି ଦୀର୍ଘ ସାଢେ ତିନି ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିରବିଚ୍ଛିନ ଭାବେ ନିଷ୍ଠାର ସହ ସଂପାଦନ କରିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କର୍ତ୍ତବ୍ୟନିଷ୍ଟ ଏବିଇଓ ବିଭୁନନ୍ଦନ ପଣ୍ଡାଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଗତ ୧୯୮୯ ମସିହା ଏପ୍ରିଲ ମାସ ୧୫ ତାରିଖରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକର ଗର୍ଭନଳା ପ୍ରାଥମିକ ବିଦ୍ୟାଳୟରୁ ସହକାରୀ ଶିକ୍ଷକ ରୂପେ ନିଜ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଉଦୟଗିରି ବ୍ଳକର ବୁନ୍ଦାବାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବୁରୁପାଟି ପ୍ରାଥମିକ ବିଦ୍ୟାଳୟ ଓ ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଦକ୍ଷତାର ସହ କାର୍ଯ୍ୟ କରି ପରବର୍ତ୍ତୀ ସମୟରେ ରାଇକଲା କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ପଦୋନ୍ନତି ପାଇ ଦାର୍ଗିନାଜୁ ପ୍ରାଥମିକ ବିଦ୍ୟାଳୟ ଓ ପୋଡନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟ କରିବା ପରେ ଗତ ୨୦୨୩ ମସିହା ମାର୍ଚ୍ଚ ମାସ ୪ ତାରିଖରେ ଆସିକାରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ କାର୍ଯ୍ୟ କରି ବର୍ତ୍ତମାନ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା ଏବିଇଓ ବିଭୁନନ୍ଦନ ପଣ୍ଡାଙ୍କ କାର୍ଯ୍ୟଦକ୍ଷତା ଶୈଳୀକୁ ବହୁ ଶିକ୍ଷକ ଝୁରି ହେଉଥିବା ଦେଖିବାକୁ ମିଳିଛି ।


