ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ

ଗଂଜାମ, (ବିନୋଦ ପଲାଇ):ଖଣ୍ଡଦେଉଳି ସ୍ଥିତ ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟ ରେ ଅଧକ୍ଷ ଶ୍ରୀମତୀ ମିନତି ପଟନାୟକଙ୍କ ଅଧକ୍ଷତା ରେ ଆନ୍ତର୍ଜାତୀୟ ଯୋଗ ଦିବସ ମହା ସମାରୋହ ରେ ପାଳିତ ହେଇଯାଇଛି | ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଅନୁନ୍ୟ ଶହେ ପଚାଶ ଛାତ୍ର ଛାତ୍ରୀ ଏହି ଶିବିରରେ ଯୋଗାଭ୍ୟାସ କରିଥିଲେ, ଯୋଗ ଗୁରୁ ଶ୍ରୀମାନ ଅଭିମନ୍ୟୁ ସାହୁ ଯୋଗ ର ଉପକାରିତା, ମହନୀୟତା ଏବଂ ଯୋଗ ର ସଠିକ ଶୈଳୀ ଭିନ୍ନ ଭିନ୍ନ ପର୍ଯ୍ୟାୟ ରେ ବିସ୍ତାର ପୂର୍ବକ ପିଲାମାନଙ୍କୁ ବୁଝାଇଥିଲେ | ଭାରତୀୟ ସଭ୍ୟତା ଯୋଗ ସହ ଅନାଦି କାଳରୁ ଜଡ଼ିତ ବୋଲି ଉଦ୍ଭାଷଣ ଦେଇଥିଲେ, କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଦେବା ସହ ପୁରସ୍କୃତ କରାଯାଇଥିଲା | ଅଧ୍ୟାପକ ଶ୍ରୀ ଲିଙ୍ଗରାଜ ସାହୁ, ଦେବୀପ୍ରସାଦ ପଟ୍ଟନାୟକ, ବସନ୍ତ ଗୌଡ଼, ଆଖଣ୍ଡଳମଣି ବେହେରା, ଶ୍ରୀ ଆନନ୍ଦ ଗୌଡ଼ ଏବଂ ଅଧ୍ୟାପିକା ଶ୍ରୀମତୀ ଜୟନ୍ତୀ ବେହେରା, ଏନ.ପଦ୍ମାବତୀ ପ୍ରମୁଖ କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ତୁଲାଇବାରେ ସାହାଯ୍ୟ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ