ଚୌଦ୍ଵାର, ବିରାଟ ବଜାର ରେ ହତ୍ୟାକାଣ୍ଡ

ଚୌଦ୍ଵାର, (ଦୀପକ କୁମାର ବେଉରା):ଚୌଦ୍ୱାର ଥାନା ଅନ୍ତର୍ଗତ, ବିରାଟ ବଜାରରେ ଥିବା ରାଧାକୃଷ୍ଣ ମିଷ୍ଟାନ୍ନ ଭଣ୍ଡାରରେ ଘଟିଛି ଅଭାବନୀୟ ଘଟଣା। ଦୋକାନର ଦୁଇ କର୍ମଚାରୀଙ୍କ ମଧ୍ୟରେ ବଚସାରୁ ନେଇଥିଲା ହତ୍ୟାକାଣ୍ଡ ରୂପ। ସୂଚନା ମୁତାବକ ରାଧାକୃଷ୍ଣ ମିଷ୍ଟାନ୍ନ ଭଣ୍ଡାରର କର୍ମଚାରୀ ଦୀପକ ଦେହୁରୀ କିଛିଦିନ ଛୁଟି କାଟି ଦୋକାନରେ ଯୋଗ ଦେଇଥିଲା। ସନ୍ଧ୍ୟା ୭ଟା ସମୟରେ ମିଠା ମିସ୍ତ୍ରୀ ପ୍ରଶାନ୍ତ ମାଝୀ ଓ ଦୀପକର କୌଣସି କାରଣରୁ ବଚସା ହୋଇଥିଲା। ପରେ ସେମାନେ ନିଜ ନିଜ କାର୍ଯ୍ୟରେ ଲାଗିପଡ଼ିଥିଲେ। କିନ୍ତୁ ଦୀପକ ମନରେ କ୍ରୋଧର ନିଆଁ ଜଳୁଥିଲା। ୟା ଭିତରେ ପାଖ ବଜାରରୁ ୧୫ଟଙ୍କିଆ ଛୁରୀଟିଏ କିଣି ଆଣିଥିଲା ଦୀପକ। ବିଦୂତ କାଟ ହେବାରୁ ଅନ୍ଧାର ର ସୁଯୋଗ ନେଇ ପ୍ରଶାନ୍ତକୁ ଛୁରୀ ମାରିଦେଲା ଦୀପକ। ପ୍ରଶାନ୍ତ ଚିତ୍କାର ଶୁଣି ଦୋକାନ ମାଲିକ ଓ ଅନ୍ୟ ପିଲାମାନେ ଦୌଡ଼ି ଆସି ଦେଖିଲା ବେଳକୁ ଦୀପକ ଦୌଡ଼ି ପଳାଇଗଲା। ସଙ୍ଗେ ସଙ୍ଗେ ଗୁରୁତର ପ୍ରଶାନ୍ତକୁ କଟକ ବଡ ମେଡିକାଲକୁ ନେଇ ଯାଇଥିଲେବି କିଛି ସମୟ ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ବିଳମ୍ବିତ ରାତିରେ ପୋଲିସ ଛାପା ମାରି ତାଙ୍କ ଗାଁ ବଜରକୋଟ ଘରୁ ଦୀପକକୁ ଗିରଫ କରିବାରେ ସଫଳ ହୋଇଛି। ଦୀପକ ଦେହୁରୀର ର ଘର ଚୌଦ୍ୱାର ଥାନା ବଡପଦା ବଜରକୋଟ ଗାଁ ହୋଇଥିଲା ବେଳେ ମୃତ ପ୍ରଶାନ୍ତର ଘର ଢେଙ୍କାନାଳ ଅଞ୍ଚଳରେ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ