ନିଖିଳ ଉତ୍କଳ ଚରୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବ୍ ଡ଼ିଭିଜନ ସଂଘର ଉପଦେଷ୍ଟା ଙ୍କ ଅବସର କାଳୀନ ସମ୍ବର୍ଧନା ଉତ୍ସବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ନିଖିଳ ଉତ୍କଳ ଚରୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବ୍ ଡ଼ିଭିଜନ ସଂଘର ଉପଦେଷ୍ଟା ତାରିଣୀ ଚରଣ ରଥଙ୍କ ଅବସର କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମ ସଂଘର ସଭାପତି ପ୍ରମୋଦ ଚନ୍ଦ୍ର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ତାପରେ ଛତ୍ରପୁର ସବ୍ ଡ଼ିଭିଜନ ସଂଘର ଉପ ସଭାପତି ବାବୁଲା ଗୌଡ଼ ଓ କନ୍ଧମାଳ ଜିଲ୍ଲା ଶାଖା ସଂଘର ବିଷ୍ଟୁ ଚରଣ ମହାକୁଡ଼ଙ୍କ ଅକାଳ ବିୟୋଗ ଯୋଗୁଁ ତାଙ୍କର ଅମର ଆତ୍ମାର ସତ୍ ଗତି ନିମନ୍ତେ ଏକ ମିନଟ୍ ନୀରବ ପ୍ରାର୍ଥନା ପ୍ରାର୍ଥନା କରାଯାଇଥିଲା । ପରେ ସମ୍ପାଦକ ମନୋଜ କୁମାର ସାହୁ ବୈଠକର ବିବରଣୀ ପାଠ କରିଥିଲେ । ଉପ ସଭାପତି ସୁଭାଷିନୀ କାହୁଁ ଓ ମାଧୁରୀ ରାଉଳ , ସହ ସମ୍ପାଦକ ଅଶ୍ମିନ କୁମାର ପାତ୍ର, ଜିଲ୍ଲା ଉପ ସଭାପତି କୃଷ୍ଟ୍ନ ଚନ୍ଦ୍ର ପାତ୍ର ,କୋଷାଧ୍ୟକ୍ଷ ସୋମନାଥ ଦାସ ଜିଲ୍ଲା ସଭ୍ୟ ସନ୍ତୋଷ କୁମାର ବେହେରା, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଶ୍ରୀମତୀ ଲକ୍ଷ୍ମୀ ବିଶୋଇ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଓ ଅନ୍ୟମାନେ ନିଜ ନିଜର ଅଭିଭାଷଣ ରଖିଥିଲେ । ଏଥିରେ ଉପଦେଷ୍ଟା ଶ୍ରୀ ରଥଙ୍କ ଅବସରକାଳୀନ ଦୁଃଖକୁ ଲାଘବ କରିବାପାଇଁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ତାଙ୍କର ବାକିତକ ଅବସର ସମୟ ଯେଉଁ ଭଳି ଭଲରେ କଟିବ ତାହା ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏବଂ ତାଙ୍କୁ ଉପଦେଷ୍ଟା ପଦବୀରେ ପୁନଃ ରଖିବାପାଇଁ ସଭାପତିଙ୍କୁ ଅନୁରୋଧ କରିଥିଲେ, ସେ ମଧ୍ୟ ସହମତି ପ୍ରକାଶ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ