ସାନଖେମୁଣ୍ଡି ବ୍ଲକରୁ ପୁରୀକୁ ଗଡିଲା ମୁଖ୍ୟମନ୍ତ୍ରୀ ବସ ସେବା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶାର ନୂଆଁ ସରକାରଙ୍କ ଯୋଜନା କ୍ରମରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଠାରୁ ଶ୍ରୀ ଜଗନ୍ନାଥ ଧାମ ଶ୍ରୀ କ୍ଷେତ୍ର ପୁରୀକୁ ମୁଖ୍ୟମନ୍ତ୍ରୀ ବସ ସେବାର ଏକ ବସ୍ ଯାତ୍ରା କରିଛି । ମହିଳା ଏବଂ ଵରିଷ୍ଟ ବୁଦ୍ଧିଜୀବୀଙ୍କ ନିମିତ୍ତ ଉଦ୍ଧିଷ୍ଟ ଏହି ଘୋଷଯାତ୍ରା ଦର୍ଶନ ନିମିତ୍ତ ନାମମାତ୍ର ବସ ଭଡ଼ାରେ ଏହା ଉପଲବ୍ଧ ହୋଇଥିବାରୁ ଏହା ଅଞ୍ଚଳ ବାସୀଙ୍କୁ ପ୍ରଭାବିତ କରୁଥିବା ଜଣାପଡିଛି ।ଏହି କ୍ରମରେ ରବିବାର ପବିତ୍ର ରଥଯାତ୍ରାର ଦିନ ଧାର୍ଯ୍ୟ ଯାତ୍ରା ନିର୍ଘଣ୍ଟ ଅବସରରେ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜୀତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଘୁମୁସର ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ସ୍ବାଇଁ ନଡ଼ିଆ ଭାଙ୍ଗି ଶୁଭଯାତ୍ରାକୁ ପୁରୀ ଅଭିମୁଖେ ଶୁଭ ଅନୁକୂଳ କରିଥିଲେ ।ଦ୍ଵିତୀୟ ପର୍ଯ୍ୟରେ ଆଜି ସୋମବାର ଦିନ ସାନଖେମୁଣ୍ଡିରୁ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ବତନ୍ତ୍ର ବସ ସେବାର ମଧ୍ୟ ଶୁଭ ଅନୁକୂଳ କରିଥିଲେ । ଜବିକା ମିଶନ ସଂଯୋଜକ ନରେନ୍ଦ୍ର ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି ଯୁବ ସଂଗଠକଚିନ୍ମୟରେଡ୍ଡୀ ,ମନୋରଞ୍ଜନ ସାହୁ , ଶିବ ଶଙ୍କର ପାଣିଗ୍ରାହୀ , ସୁନିଲ ପ୍ରଧାନ, ମିଶନ ଶକ୍ତି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଯାତ୍ରୀଙ୍କ ଶୁଭ ଯାତ୍ରା କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ