ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ ବୈଠକ ବାଲେଶ୍ୱର ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଆଇନ୍ ଓ ପ୍ରତିଶ୍ରୁତି କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସଦର ବିଧାୟକ ମାନସ କୁମାର ଦତ୍ତ ଦୃଢ଼ ମତ ପୋଷଣ କରିଛନ୍ତି । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଶୁକ୍ରବାର ଦିନ ପୂର୍ବାହ୍ନରେ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକରେ ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାଲେଶ୍ୱରର ନିର୍ବାଚିତ ସାଂସଦ ଓ ସଦର ବିଧାୟକ ଏହି ବକ୍ତବ୍ୟ ପ୍ରଦାନ କରିଛନ୍ତି । ମଞ୍ଚର ସାଧାରଣ ସମ୍ପାଦକ ଦାମୋଦର ନାୟକ ବିବରଣୀ ଓ ଆୟବ୍ୟୟର ବିବରଣୀ ଉପସ୍ଥାପିତ କରିଥିଲେ । ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ସଂଘର ଆଠ ଦଫା ଦାବି ପାଠ କରିଥିଲେ । ମୁଖ୍ୟ ଉପଦେଷ୍ଟା କମଳାକାନ୍ତ ବେହେରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକମାନଙ୍କ ସ୍ୱାର୍ଥରେ ପ୍ରଣିତ ଆଇନଗୁଡ଼ିକ ତର୍ଜମା କରିଥିଲେ । ମଞ୍ଚର ପ୍ରତିଷ୍ଠାତା ସଦସ୍ୟ ଶରତ ଚନ୍ଦ୍ର ଦାଶ ଓ ଆଇନଜୀବୀ ଶରତ ମହାପାତ୍ର ସଂଗଠନର କଳେବର ବୃଦ୍ଧି ହୋଇଥିବାରୁ ଆନନ୍ଦ ପ୍ରକାଶ କରି ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲା ଓ ବିଭିନ୍ନ ଶାଖା କମିଟିର କର୍ମକର୍ତ୍ତା ସର୍ବଶ୍ରୀ କୁମୁଦରଞ୍ଜନ ଗିରି, ଶରତ ବିଶ୍ୱାଳ, ଦୀନବନ୍ଧୁ ଲେଙ୍କା, ସୋମନାଥ ନାୟକ, ବିଧାନ ରାୟ, ଅର୍ଚ୍ଚନା ନନ୍ଦୀ, ନିରଞ୍ଜନ ପରିଡ଼ା, ତ୍ରିଦିବ ନାୟକ, ଦେବବ୍ରତ ପାଣିଗ୍ରାହୀ, ବିପ୍ଳବ ମହାନ୍ତି, ବିଜୟ କୁମାର ନନ୍ଦ, ଯଶୋଦା ନନ୍ଦନ ଆଶ, ଜ୍ଞାନାନନ୍ଦ ମିଶ୍ର ଓ କଲ୍ୟାଣୀ ନନ୍ଦ ପ୍ରମୁଖ ଉପସ୍ଥାପିତ ଦାବିଗୁଡ଼ିକୁ ସମର୍ଥନ ଜଣାଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ବାଲେଶ୍ୱରରେ ବହୁମୁଖୀ ସମନ୍ୱିତ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା, ରେଳଯାତ୍ରାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରିହାତି ବ୍ୟବସ୍ଥାର ପୁନଃପ୍ରଚଳନ, ମାସିକ ବାର୍ଦ୍ଧକ୍ୟଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି, ବରିଷ୍ଠ ନାଗରିକ ପରିଚୟପତ୍ର ପ୍ରଦାନ, ଜିଲ୍ଲା ହସପିଟାଲ୍ ଓ ମେଡିକାଲ୍ କଲେଜ୍‌ରେ ଜରାରୋଗ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ଼, ଜିଲ୍ଳା, ବ୍ଲକ୍ ଓ ପଞ୍ଚାୟତସ୍ତରରେ ବରିଷ୍ଠ ନାଗରିକ ଗୋଷ୍ଠୀକେନ୍ଦ୍ର ନିର୍ମାଣ, ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ସରକାରୀ ସ୍ୱାସ୍ଥ୍ୟବୀମା ପ୍ରଦାନ ପ୍ରଭୃତି ଆଠଦଫା ଦାବି ସପକ୍ଷରେ ବକ୍ତାମାନେ ନିଜର ମତ ପ୍ରଦାନ କରିଥିଲେ ।ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରି ସ୍ୱାଗତ ଅଭିଭାଷଣ ଦେଇଥିଲେ । ଅତିଥିମାନେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ଓ ଡ. କ୍ଷିତୀଶ୍ୱର ଦାଶ ଜଗନ୍ନାଥାଷ୍ଟକ ପାଠ କରିଥିଲେ । ଏହି ଅବସରରେ ନବନିର୍ବାଚିତ ସଦର ବିଧାୟକ ମାନସ କୁମାର ଦତ୍ତ ଓ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସଂଗଠନପକ୍ଷରୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚର ନୂତନ ପୃଷ୍ଠପୋଷକ ଓ ଆଜୀବନ ସଦସ୍ୟମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ପୁଷ୍ପ ଦେଇ ସ୍ୱାଗତ ଜଣାଇଥିଲେ । ଶେଷରେ ଅନ୍ୟତମ ଉପସଭାପତି ସୀତାରାମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ