ସାନଖେମୁଣ୍ଡିରେ ସବ ରେଜିଷ୍ଟ୍ରାର ଅଫିସ ଉଦଘାଟନ କଲେ ସାଂସଦଙ୍କ ସହ ବିଧାୟକ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ତହସିଲ ଅଞ୍ଚଳର ଜନସାଧାରଣଙ୍କ ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଛି । ସାନଖେମୁଣ୍ଡିର ଦୀର୍ଘଦିନର ଦାବି ରହିଥିବା ଏବଂ ସରକାରଙ୍କ ଦ୍ୱାରା ସାନଖେମୁଣ୍ଡିରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବାକୁ କରିଥିବା ନିର୍ଦ୍ଦେଶନାମା ସୋମବାର କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳିଛି ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ମାନ୍ୟବର ଆସିକା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲା ବିଜେପି ସଭାପତି ବିଜୟ କୁମାର ସ୍ବାଇଁଙ୍କ ସହ ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉତ୍ତମ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ ।ଜିଲା ରେଜିଷ୍ଟ୍ରାର ଜ୍ୟୋରିକାନ୍ତ ଭୂଜବଳଙ୍କ ସହ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିପକ କୁମାର ଜେନା, ସେକ୍ସନ ଅଫିସର ସନ୍ତୋଷ କୁମାର ଆଚାର୍ଯ୍ୟ, ରାଜସ୍ବ ପରିଦର୍ଶକ ଚିତ୍ରସେନ ସାହୁଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଉଦଘାଟନୀ ସମାରୋହରେ ଉଭୟ ସାଂସଦ ଏବଂ ବିଧାୟକଙ୍କ ସହ ଅଞ୍ଚଳ ଜନପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । ସରକାର ଙ୍କପ୍ରଥମ ପଦକ୍ଷେପ କ୍ରମରେ ସାନଖେମୁଣ୍ଡିରେ ଉଦଘାଟିତ ନୂଆଁ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ତହସିଲ ଅଞ୍ଚଳର ୧୬୪ ଗାଁ ମୌଜାରଭୁ ନିବନ୍ଧକ, କିଣାବିକା, ସତ୍ଵାଧିକାର କବଲା ମାମଲା ଆଦିର ତଥ୍ୟ ପ୍ରଦାନ କରିବାରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥି ସମୂହ ମତବ୍ୟକ୍ତ କରିଥିଲେ । ସୂଚନା ପ୍ରକାରେ ଦିଗପହଣ୍ଡିରୁ ସାନଖେମୁଣ୍ଡି ତହସିଲ ଅଲଗା ହୋଇଥିଲେ ମଧ୍ୟ ଜମିଜମା ରେକର୍ଡ ସମ୍ବନ୍ଧିତ ତଥ୍ୟ ଏବଂ ଜମି କିଣାବିକା ନେଇ ସାନଖେମୁଣ୍ଡି ଜନସାଧାରଣଙ୍କ ଦିଗପହଣ୍ଡି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉପରେ ନିର୍ଭର କରିବା ସମୟ ସାପେକ୍ଷ ହେଉଥିଲା । ସମ୍ପ୍ରତି ସାନଖେମୁଣ୍ଡି ତହସିଲ ସହ ଏଠାରେ ନୂତନ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜନ ସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ନେଇ ଆଶା ବ୍ୟକ୍ତ କରାଜାଇଛି ।