ଚାରା ରୋପଣ ପାଇଁ କବି ସମ୍ରାଟ ମିଡ଼ିଆ କ୍ଲବର ପ୍ରସ୍ତୁତି ବୈଠକ
ଭଞ୍ଜନଗର,(ସନ୍ତୋଷ ଜେନା):ଜଳବାୟୁରେ ଯେପରି ପରିବର୍ତ୍ତନ ଘଟି ବାୟୁମଣ୍ଡଳର ତାପମାତ୍ରା ବଢ଼ି ଚାଲିଛି ତାହା ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି ନିଶ୍ଚୟ । ତେବେ ଏହି ସଂକଟରୁ ଉଦ୍ଧାର ପାଇବାକୁ ହେଲେ ବୃକ୍ଷ ରୋପଣ ହିଁ ଗୋଟିଏ ମାଧ୍ୟମ । ତେଣୁ ଘୁମୁସର ଅଂଚଳର ଅଗ୍ରଣୀ ସମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଲବ ୨୦୦ ଚାରା ରୋପଣ ପାଇଁ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ସଂଘର ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବନ ବିଭାଗର ସହଯୋଗରେ କାଦଲୁଣ୍ଡି ଠାରୁ ଗୋପୀନାଥପୁର ରାସ୍ତାର ଉଭୟ ପାଶ୍ୱର୍ରେ ୨୦୦ ଚାରାରୋପଣ କରିବା ସହିତ ତାର ସୁରକ୍ଷା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହା ସହିତ ପଥ ପ୍ରାନ୍ତ ସଭା ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରିବାର ଯୋଜନା ରହିଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ନୂତନ ସଭ୍ୟ ଗ୍ରହଣ ଓ ସମସ୍ତ ସଭ୍ୟ ମାନଙ୍କ ଡକ୍ୟୁମେଣ୍ଟ ସବୁ ଯାଞ୍ଚ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କବି ସମ୍ରାଟ ମିଡ଼ିଆ କ୍ଲବ ଉପସଭାପତି ପୁରୁଷୋତ୍ତମ ମହାପାତ୍ର, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସଭା ପରିଚାଳନା କରିଥିଲେ । ସମସ୍ତ ସଦସ୍ୟ ଯୋଗଦେଇ ସହଯୋଗ କରିଥିଲେ ।