ମଶା ପ୍ରାଦୁର୍ଭାବରେ ହନ୍ତସନ୍ତ ହିଞ୍ଜିଳିକାଟୁ ବାସୀ

ହିିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସମେତ ଏହାର ଆଖପାଖ ଅଂଚଳରେ ଗତ କିଛି ଦିନ ଧରି ମଶାଙ୍କ ପାଦୁର୍ଭାବ ବଢିବାରେ ଲାଗିଛି । ସଂଜ ନଇଁଲେ ମଶା ଦଂଶନରେ ହିଂଜିଳିକାଟୁ ପୌରାଂଚଳ ବାସୀ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି । ହିଂଜିଳିକାଟୁ ପୌାରାଂଚଳରେ ସନ୍ଧ୍ୟା ସମୟରେ ଏବେ ମଶାଙ୍କ ରାଜ୍ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ମଶାଙ୍କ ଦାଉରୁ ଲୋକେ ତ୍ରାହି ତ୍ରାହି ଡ଼ାକୁଛନ୍ତି । ମଶା ବଂଶ ଦମନ ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ହିଂଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟରେ ଥିବା ଚିଫା ମେସିନ ଅଚଳ ହୋଇ ପଡ଼ି ଖତ ଖାଉଛି । ମଶା ବଂଶ ବୃଦ୍ଧି ଏବଂ ଲାଭା ନଷ୍ଟ କରିବା ନେଇ ତେଲ ମଧ୍ୟ ନିୟମିତ ପକାଯାଉନଥିବା ଅଭିଯୋଗ ହେଉଛି । ଯାହା ଫଳରେ ବହୁ ବ୍ୟକ୍ତି ମଶା ଦଂଶନରେ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ