ମାର୍ଶାଘାଇ ବିଡିଓଙ୍କ କାର୍ଯ୍ୟାଳୟ କାନ୍ଥରେ ଓସ୍ତଗଛ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ କାନ୍ଥରେ ଏକ ଓସ୍ତଗଛ ଉଠିଛି । ସେହି ଗଛଟି ଧିରେ ଧିରେ ବଢିବାରେ ଲାଗିଥିବା ଦେଖିବାକୁ ମିଳିଛି । ଭବିଷ୍ୟତରେ ସେହି ଓସ୍ତ ଗଛଟି ବଢି କାର୍ଯ୍ୟାଳୟର କାନ୍ଥକୁ ଫଠାଇ ଦେବା ସହିତ କାନ୍ଥ ଉପରେ ଥିବା ଛାତଟି ମଧ୍ୟ କ୍ଷତିଗ୍ରସ୍ତ ହେବ । ଫଳରେ ଧନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ବେଳହୁଁ ସାବଧାନ ହୋଇ ସେହି ଗଛଟିକୁ କାଟି ଦେଲେ ଭବିଷ୍ୟତରେ ହେବାକୁ ଥିବା ବଡ ବଡ କ୍ଷୟକ୍ଷତିକୁ ଏଡାଇ ଦିଆଯାଇପାରିବ । କିନ୍ତୁ ଏସମ୍ପର୍କରେ କାର୍ଯ୍ୟାଳୟର କୈାଣସି କର୍ମଚାରୀ ଦୃଷ୍ଟି ନଦେବା ଓ କାର୍ଯ୍ୟାଳୟର ମୁଖ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟିକୁ ଏହା ନଆଣିବା ଘଟଣା ଭବିଷ୍ୟତ ପାଇଁ ବହୁତ ବଡ ବିପଦକୁ ଯେ ଟାଣି ଆଣିବ ତାହା କେହି ଭାବୁନାହାନ୍ତି । ଏହାଦ୍ୱାରା କେବଳ ଯେ ଧନଜୀବନର କ୍ଷୟକ୍ଷତି ହେବ ତା ନୁହେଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏତେବଡ କାର୍ଯ୍ୟଳୟଟି ଅଚିରେ ଭାଙ୍ଗି ଚୁରମାର ହେବା ସହ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଯିବ । ତେଣୁ ବେଳହୁଁ ସାବଧାନ ହୋଇ ତା’ର ପ୍ରତିକାର ସୂରୂପ ସେହି ଗଛଟିକୁ ତୁରନ୍ତ କାଟିଦେବା ଉଚିତ ହେବ ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଛନ୍ତି ।