ଅସୁରକ୍ଷିତ ସରକାରୀ ଡାକ୍ତରଖାନା ପ୍ରସୂତି ଗୃହରୁ ବାହାରିଲା ଗୋଧି ସାପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ସରକାରୀ ଡାକ୍ତରଖାନା ଅସୁରକ୍ଷିତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଗତକାଲି ପ୍ରସୂତି ଗୃହରୁ ଉଦ୍ଧାର ହୋଇଛି ଏକ ବଡ଼ ଗୋଧି ସାପ। ସନ୍ଧ୍ୟାରେ ପ୍ରସୂତି ଗୃହରେ ଏକ ଗୋଧି ସାପ ବୁଲୁଥିବା ଦେଖ୍ ଭୟଭୀତ ହୋଇଯାଇଥିଲେ ସ୍ବାସ୍ଥ୍ୟକର୍ମୀ ଓ ପ୍ରସୂତି ମହିଳାମାନେ। ଏହାପରେ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ମୋହନା ବନ ବିଭାଗକୁ ଖବର ଦେଇଥିଲେ। ବନପାଳ ଦେବାଶିଷ ଶତପଥୀଙ୍କ ନିର୍ଦେଶକ୍ରମେ ବନ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପ୍ରସୂତି ଗୃହରୁ ଗୋଧି ସାପ ଉଦ୍ଧାର ବାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି। ତେବେ ସ୍ବାସ୍ଥ୍ୟକେନ୍ଦ୍ର ସବୁଠୁ ସମ୍ବେଦଶୀଳ ସ୍ଥାନ ହେଉଛି ପ୍ରସୂତି ଗୃହ । ଏହି ପ୍ରସୂତି ଗୃହକୁ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ I ସଫା ସୁତୁରା ରଖିବା ସହ ସୁରକ୍ଷିତ ରଖୁବା କଥା | ହେଲେ ପ୍ରସୂତି କାରଣ ହୋଇଛି । କେତେବେଳେ ତ ଗୃହରେ ବିଷାକ୍ତ ଜନ୍ତୁ ଉଦ୍ଧାର ହେଉଛି ଆଉ କେତେବେଳେ ଗୋଧି ସାପ ଉଦ୍ଧାର ହେଉଛି. ସ୍ବାସ୍ଥ୍ୟକେନ୍ଦ୍ରର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ