ବାଲେଶ୍ୱର ସ୍ୱାସ୍ଥ୍ୟସେବା ଚ୍ୟାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହୁଇଲ୍ ଚେୟାର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱାସ୍ଥ୍ୟସେବା ଚ୍ୟାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିସରରେ ଗୁରୁବାର ଅସୁସ୍ଥବ୍ୟକ୍ତି ଓ ଦିବ୍ୟାଙ୍ଗ ରୋଗୀମାନେ ବିଭିନ୍ନ ୱାଡ଼୍ର୍କୁ କିମ୍ବା ବିଭିନ୍ନ ପରୀକ୍ଷା ପାଇଁ ସ୍ଥାନାନ୍ତର ହେବାେବେଳ ବ୍ୟବହାର ନିମିତ୍ତ ୪ଟି ହୁଇଲ୍ ଚେୟରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ଉଦ୍ଦେଶ୍ୟରେ ଆୟୋଜିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ୍ ଜଗଦ୍ଦେବ, ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ଟ୍ରଷ୍ଟର ସଭାପତି ଡା. ମିରା ପତି, ସଂପାଦକ ପ୍ରଫେସର ଅନନ୍ତ କୁମାର ପ୍ରଧାନଙ୍କ ସମେତ ଦୀନବନ୍ଧୁ ଲେଙ୍କା, ଡ. ଉପେନ୍ଦ୍ର ନାଥ ପାତ୍ର, ନିରଞ୍ଜନ ପରିଡ଼ା, ଅକ୍ଷୟ କୁମାର ତ୍ରିପାଠୀ, ଗୌରାଙ୍ଗ ପାଣିଗ୍ରାହୀ, ଭାସ୍କର ଚନ୍ଦ୍ର ବାରିକ, ରତ୍ନାକର ଦାସ ଓ ରବୀନ୍ଦ୍ର ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ । ଚ୍ୟାରିଟେବୁଲ୍ ଟ୍ରଷ୍ଟର ଏହି ମହତ୍ କାର୍ଯ୍ୟକୁ ମୁଖ୍ୟ ଚିକିତ୍ସାଧିକାରୀ ଉଚ୍ଚ ପ୍ରଶଂସା କରିଥିଲେ । ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ଆଜି ତାରିଖରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରୁଥିବାରୁ ସେ ଜିଲ୍ଲାବାସୀଙ୍କୁ ଉତ୍ତମ ସେବା ଯୋଗାଇଥିବା ଓ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଟ୍ରଷ୍ଟପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଡାକ୍ତର ମିଶ୍ର ସରକାରୀ ଚାକିରିରୁ ଅବସରନେଲେ ବି ସେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଓ ସାମାଜିକ କାର୍ଯ୍ୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରବିକୁମାର ପାଣିଗ୍ରାହୀ ବୈଠକରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।