କଲଭର୍ଟ ମୁହଁ ପୋତି ଦେବାରୁ ଜଳ ନିଷ୍କାସନ ହୋଇପାରୁନି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଚାଷୀ

ହାଟଡିହି, (ବିକାଶ ବିଶ୍ୱାଳ):କଲଭର୍ଟ ମୁହଁ ପୋତି ଦେବାରୁ ଜଳ ନିଷ୍କାସନ ହୋଇପାରୁନି, ଜିଲ୍ଲାପାଳଙ୍କୁଏଭଳି ଅଭିଯୋଗ କରିଛନ୍ତି ଶସଙ୍ଗ ଓ ସୁଲଣ ଓ ମୁଗୁପୁର ଗ୍ରାମର ଚାଷୀମାନେ। ଅନାଦି ଚରଣ ବିଶ୍ଵାଳ, ଦୀପକ କୁମାର ସୁବୁଦ୍ଧି, ପୂର୍ଣ୍ଣଚନ୍ଦ୍ର ଜେନା, ସୁଧୀର କୁମାର ବିଶ୍ବାଳ, ବସନ୍ତ କୁମାର ବେହେରା, ଦୟାନିଧି ଜେନା, ପ୍ରଭାତ ସ୍ବାଇଁ, ବୈକୁଣ୍ଠ ପାଢ଼ୀ, ସରସ୍ଵତୀ ସ୍ୱାଇଁ, ସୁଧାଂଶୁ ବିଶ୍ଵାଳ, ରବିନ୍ଦ୍ର ସ୍ୱାଇଁ, ସୁଦାମ ଚରଣ ବିଶ୍ଵାଳ, ସୁବୋଧ ଆୟଚ, କମଳାକାନ୍ତ ଆୟଚ ପ୍ରମୁଖଙ୍କ ଅଭିଯୋଗ ଅନୁଯାଇ ଛେନପଦି – ତରଭା ଆର ଡି ରାସ୍ତାର ମଧ୍ୟ ସ୍ଥଳରେ ବର୍ଷାଜଳ ନିଷ୍କାସନ ପାଇଁ ଏକ କଲଭର୍ଟ ନିର୍ମାଣ ହୋଇଥିଲା। ଏପରିକି କେନାଲ ପାଣିର ବଳକା ପାଣି ଏହି ବାଟଦେଇ ନିଷ୍କାସନ ହେଉଥିବା ବେଳେ ଆଡହୁରିଆ ଗ୍ରାମର ଘନଶ୍ୟାମ ସେଠୀ ନାମକ ଜଣେ ବ୍ୟକ୍ତି ସେହି କଳଭର୍ଟ ମୁହଁକୁ ମାଟି ପକାଇ ପୋତି ଦେଇଛନ୍ତି। ଫଳରେ ଏବେ କେନାଲର ଉଦବୁଦ୍ଧ ପାଣି ଯାଇ ନପାରି ଶହ ଶହ ଏକର ଚାଷ ଜମିକୁ ଜଳାର୍ଣ୍ଣବ କରିଦେଇଛି। ଚାଷୀ ମାନେ କ୍ଷତିଗ୍ରସ୍ତ ହେଉଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି। ଏନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଆଜି ମରେଇଗାଁ ରାଜସ୍ଵ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ସତ୍ୟାସତ୍ୟ ଅନୁଧ୍ୟାନ କରିଛନ୍ତି। ମାଟି ପକାଇଥିବା ବ୍ୟକ୍ତି ଅତି ଶୀଘ୍ର ମାଟି ଉଠାଇନେବେ ବୋଲି କହିଥିବା ରାଜସ୍ୱ ନିରୀକ୍ଷକ ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ