ହିଞ୍ଜିଳି ବ୍ଳକ କୃଷକ ସାଥୀ ସଂଘର ବୈଠକ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ):ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ସକାଶେ ବହୁ ଯୋଜନା ମାନ ପ୍ରଣୟନ କରିଛନ୍ତି । କୃଷକଙ୍କ ଉନ୍ନତି ସକାଶେ ବହୁ ସମୟରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ସରକାର ହାତକ୍‌ୁ ନେଇ ସେମାନଙ୍କୁ ସ୍ୱାବଲମ୍ବୀ କରିଛନ୍ତି । ବାସ୍ତବ କ୍ଷେତ୍ରରେ କୃଷକ ଭାଇ ମାନଙ୍କ ତୃଣମୂଳ ସ୍ତରରେ ନିୟୋଜିତ ଥିବା କୃଷକ ସାଥୀ ମାନଙ୍କୁ ଅଣଦେଖା କରାଯାଉଥିବା ନେଇ ହିଂଜିଳିକାଟୁ ବ୍ଳକର କୃଷକ ସାଥୀ ମାନେ ଅଭିଯୋଗ କରିଛନ୍ତି । ଏ ନେଇ ରବିବାର ସ୍ଥାନୀୟ ବ୍ଳକ ଖରିଡ଼ା ଗ୍ରାମ ପଂଚାୟତ ମା’ କରେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳି ବ୍ଳକ କୃଷକ ସାଥୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷକ ସାଥୀ ଟୁଟୁ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୃଷକ ସାଥୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅଗାମୀ ଦିନରେ କୃଷକ ସାଥୀ ମାନଙ୍କ ସମସ୍ୟାର ସମାଧାନ ସକାଶେ ମଙ୍ଗଳବାର ବିଭାଗୀୟ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ଓ ଡ଼ିଆରଡ଼ିଏ ପ୍ରତିନିଧିଙ୍କୁ ଭେଟି ଅଭିଯୋଗ ଜଣାଇବାକୁ ନିଷ୍ପତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ