ସମରବନ୍ଧରେ ଫାଇଲେରିଆ ନିରାକରଣ ସଚେତନତା ରାଲି

ଭଞ୍ଜନଗର,(ସନ୍ତୋଷ ଜେନା):ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ସମରବନ୍ଧ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଫାଇଲେରିଆ ନିରାକରଣ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ପ୍ରଧାନଶିକ୍ଷକ ବନମାଳି ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ସଚେତନତା ରାଲି ରେ ଅତିଥି ରୂପେ ଏଏନଏମ ଶୁଭଶ୍ରୀ ସ୍ୱାଇଁ,ସୋସିଆଲ ମୋବିଲାଈଜର ସତ୍ୟନାରାୟଣ ମିଶ୍ର,ଶିକ୍ଷକ ରମେଶ ନାୟକ,କାଳୁ ଚରଣ ବେହେରା,ଶିକ୍ଷୟିତ୍ରୀ ସୁବର୍ଣ୍ଣା ସାହୁ, ଜୟନ୍ତୀ ମଞ୍ଜରୀ ସାହୁ,ଚନ୍ଦ୍ରିକା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ଫାଇଲେରିଆ ରୋଗ କାରଣ ଏବଂ ନିରାକରଣ ପାଇଁ ରହିଥିବା ବିଭିନ୍ନ ଦିଗ ଉପରେ ଗାଁ ଲୋକଙ୍କୁ ସଚେତନ କରାଯାଇଥିଲା| ସେହିଭଳି ଆସନ୍ତା ଅଗଷ୍ଟ 10 ରୁ 19 ପର୍ଯ୍ୟନ୍ତ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ.ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତେ ଯେପରି ଔଷଧ ସେବନ ଠିକ୍ ଭାବେ କରିବେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି | ଲୋକଙ୍କ ପାଖରେ ଔଷଧ ସେବନ ବ୍ୟବସ୍ଥା ଓ ପରିମାଣ ଯେପରି ନିର୍ଭୁଲ ରହିବ ଏଥି ନିମନ୍ତେ ଉପଯୁକ୍ତ ତାଲିମ୍ ନିୟୋଜିତ କର୍ମଚାରୀଙ୍କୁ ଦିଆଯାଇଛି |ଏଣୁ ସମସ୍ତେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇ ଥିଲା | ଏଥିରେ ସମରବନ୍ଧ ସବସେଣ୍ଟର ଅଧିନସ୍ଥ ସମସ୍ତ ଆଶା ଓ ଅଙ୍ଗନବାଡି ଦିଦି ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ | ସେହିଭଳି ତାରାସିଂ,ବରଗାଁ,ଅଳସୁ ଏବଂ ଛାମୁଣ୍ଡା ଅଞ୍ଚଳରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ଦେଖିବାକୁ ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ