ଗଞ୍ଜାମ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ମହା ମହାସମାରୋହରେ ପାଳିତ ହୋଇଯାଇଛି l ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ବାଣିଜ୍ୟ, ପରିବହନ ମନ୍ତ୍ରୀ ବିଭୁତି ଜେନା ଯୋଗ ଦେଇ ଆଜିର ଦିନରେ ବିଦ୍ୟାର୍ଥୀ ମାନେ ଅଧ୍ୟୟନ ସହିତ ନୈତିକ ଶିକ୍ଷା, ଚରିତ୍ର ଗଠନ, କରିବା ସହ ଶୃଙ୍ଖଳା ପ୍ରତି ଧ୍ୟାନ ଦେବା ଅଧିକ ଜରୁରୀ l ଭବିଷ୍ୟତରେ ନିଜକୁ ଏକ ସୁନାଗରିକ ଭାବେ ଗଢିତୋଳିବା ପାଇଁ ପାଠ୍ୟକ୍ରମ ଭିତ୍ତିକ ଶିକ୍ଷା ଅପେକ୍ଷା ବ୍ୟବହାରିକ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ l ପ୍ରଧାନ ମନ୍ତ୍ରୀ ଦେଇଥିବା ଆହ୍ନାନ ମାଆ ପାଇଁ ଗଛଟି, ଗଛଟିଏ ଲଗାଇ ତାକୁ ବଞ୍ଚାଇପାରିଲେ, ମାଙ୍କୁ ବଞ୍ଚାଇବା ପରି କହିଥିଲେ l ଏହି ପରିପ୍ରେକ୍ଷୀରେ ନିଜେ ଏହି ମହାବିଦ୍ୟାଳୟରେ ଯୁକ୍ତି ତିନ ପାଠ ପଢିବା ସମୟର ଅନୁଭୂତ କହିବା ସହ ମହାବିଦ୍ୟାଳୟର ଉର୍ନତି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ରହିବ ବୋଲି କହିଥିଲେ l ମୁଖ୍ୟ ବକ୍ତା ରୂପେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ରପଣ୍ଡା ଯୋଗଦେଇ ବିଦ୍ୟାର୍ଥୀ ମାନେ ପାଠ ସରିବା ପରେ କର୍ମକ୍ଷେତ୍ର ସହ ଦେଶମାତୃକ ପ୍ରତି ନିଜର ସମର୍ପିତ ହେବା ରହିବା ଆବଶକ୍ୟ ବୋଲି କହିଥିଲେ l ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସଂଗ୍ରାମ କରିଥିବା ବ୍ୟକ୍ତି ବିଶେଷଙ୍କ ତ୍ୟାଗକୁ ଏହି ମହାବିଦ୍ୟାଳୟ କେବେ ଭୁଲି ପାରିବନି କହିଥିଲେlପଡିଥିଲା, ସେ ସମ୍ପର୍କ ମନେ ପକାଇଥିଲେ l ସମ୍ମାନିୟ ଅତିଥି ରୂପେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ବହୁ ପୁରାତନ ମହାବିଦ୍ୟାଳୟ ହୋଇଥିବା ବେଳେ, ଖୋଦ ମନ୍ତ୍ରୀ ଏହି ମହାବିଦ୍ୟାଳୟର ଛାତ୍ର ହୋଇଥିବାରୁ ବିଭିନ୍ନ ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାପାଇଁ ଅନୁରୋଧ କରିବା ସହସେ ନିଜର ଆବଶ୍ୟକ ପାଣ୍ଠି ଓ ସହଯୋଗ କରିବେ ବୋଲି କହିଥିଲେ l ଅନ୍ୟତମ ସମ୍ମାନିୟ ଅତିଥି ରୂପେ ଗଞ୍ଜାମ ଏନଏସିର ଅଧକ୍ଷା ପ୍ରତିଭା ପାଢ଼ୀ ଯୋଗଦେଇ ବିଦ୍ୟାର୍ଥୀ ମାନେ ଗୁରୁଙ୍କ ସହ ପିତାମାତାଙ୍କୁ ସମ୍ମାନ ଦେବା ଜରୁରୀ ବୋଲି କହିବା ସହ ଏନଏସି ତରଫରୁ ମହାବିଦ୍ୟାଳୟ ର ଉର୍ନତି ପାଇଁ ପୂର୍ବରୁ ଉନ୍ନତି ପାଇଁ ଆର୍ଥିକ ଅନୁଦାନ ଦିଆ ଯାଇଥିବା, ଭବିଷ୍ୟତରେ ମଧ୍ୟ ପ୍ରଦାନ କରାଯିବ ବୋଲି ଆଶ୍ବସନା ଦେଇଥିଲେ l ମହାବିଦ୍ୟାଳୟର ଅଧକ୍ଷ ସିମାଞ୍ଚଳ ଭୋଲ ସ୍ୱାଗତ ଭାଷଣ ଓ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ l ପ୍ରଧ୍ୟାପକ ଡ.ଲକ୍ଷ୍ମୀ ନାରାୟଣ ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ l ଏହି ଅବସରରେ ଅତିଥି ମାନେ ସ୍ମରଣୀକା ସାଗରୀକା ଉନ୍ମୋଚନ କରିଥିଲେ l ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ବିତରଣ କରିଥିଲେ l ଏହି ଅବସରରେ ଗଞ୍ଜାମ ଏନଏସି ପକ୍ଷରୁ ଅନୁଦାନରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ମୁଖ୍ୟ ରାସ୍ତାର ଉଦଘାଟନ,ଏନଏସି ଅନୁଦାନରେ ନିର୍ମାଣ ହେବାକୁ ଥିବା କ୍ୟାଣ୍ଟିନର ଅନ୍ୟ ଏକ ରାସ୍ତା ଏବଂ ବିଜ୍ଞାନ ଭବନ ର ଶିଳାନ୍ୟାସ, ସହ ବୃକ୍ଷ ରୋପଣ, କରିଥିଲେl lଏହାକୁ ପରିଚଳନା କରିଥିଲେ ପ୍ରଫେସର ମମତା ପାଢ଼ୀ,ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ, ଆଦିତ୍ୟ ମହାପାତ୍ର, ପ୍ରବିର ପାଢ଼ୀ, ରଘୁନାଥ ରେଡି, ଚକ୍ରପାଣିରେଡି ଓ ସହଯୋଗ କରିଥିଲେ ଆଧାପକ, କର୍ମଚାରି ବୃନ୍ଦ llଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧାପକ ଡ.ନିରଞ୍ଜନ ଗୁରୁ ଲାଲ lଏହା ପୂର୍ବରୁ ଅତିଥି ମାନଙ୍କୁ ଏକ ଶୋଭାଯାତ୍ରା କଲେଜ଼ ପର୍ଯ୍ୟନ୍ତ ଅଣାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ