ନିଖୋଜ ଜେନେରାଲ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଇନ୍ଦ୍ରବତୀ ଓ ଏଚପିସିର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର୍ ମୃତଦେହ ମୁଖିଗୁଡା ଏୟାରଟେଲ ଟାୱାର ନିକଟରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଜେନେରାଲ ମ୍ୟାନେଜର ଗତ ୧୭ ତାରିଖରେ ଆସି ନିଖୋଜ ହୋଇଯାଇଥିଲେ । ଏହା ପରେ ସ୍ୱାମୀ ଘରକୁ ନଫେରିବାରୁ ତାଙ୍କ ଧର୍ମପତ୍ନୀ ସୁରେଖା ମେହେରା ମୁଖିଗୁଡା ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାର ପରେ ମଧ୍ୟ ପୋଲିସର ତଦନ୍ତ ଶିଥିଳତାକୁ ନେଇ ଚିନ୍ତା ଅବସ୍ଥାରେ ରହିଥିବା ବେଳେ ପାଞ୍ଚ ଦିନ ପରେ ଏୟାରଟେଲ୍ ଟାୱାର ନିକଟରୁ ମୃତ ଦେହ ମିଳିଛି । ମୃତର ପ୍ରକୃତ କାରଣ ଜଣାପଡିନଥିବା ବେଳେ ତାଙ୍କୁ କେହି ଅପହରଣ କରି ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ