ମହୁଲପଙ୍ଖା-ଝୁଣାବାଡି ରାସ୍ତାର ଶିଳାନ୍ୟାଶ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତର ମହୁଲପଙ୍ଖା-ଝୁଣାବାଡି ରାସ୍ତାର ଶିଳାନ୍ୟାଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ପଢ଼ିଆରିପଲ୍ଲି ସରପଞ୍ଚ ନିରୁପମା ପାତ୍ର, କନିଷ୍ଠଯନ୍ତ୍ରୀ ଦାଶରଥି ସେଠୀ ପ୍ରମୁଖ ଯୋଗଦେଇ ଏହାକୁ ନଡିଆଭାଙ୍ଗି ଶିଳାନ୍ୟାଶ କରିଥିଲେ । ଏହି ରାସ୍ତା ଦ୍ୱାରା ଝୁଣାବାଡି, ପଢ଼ିଆରିପଲ୍ଲି, ବଣିଆପାଙ୍କ, ମହୁଲପଙ୍ଖା, କୁରାଢ଼ିଘସା, କାହାଳିଆଗଡିଆ ପ୍ରମୁଖ ଗ୍ରାମ ସମେତ ବାଲେଶ୍ୱର ଜିଲ୍ଲାର ବହୁ ଗ୍ରାମବାସୀ ଉପକୃତ ହୋଇପାରିବେ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଯୋଜନାରେ ଦେଢ଼ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଅମେଇ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଏହି ଶିଳାନ୍ୟାଶ ଉତ୍ସବରେ ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ଶତୃଘ୍ନ ପାତ୍ର, ବାବୁଲି ଲେଙ୍କା, ପବିତ୍ର ମୋହନ ପେଡା, ବିଷ୍ଣୁ ପଣ୍ଡା, ଗୋପାଳ ପଟ୍ଟନାୟକ, ରାଜେନ୍ଦ୍ର ପାତ୍ର, ଆନନ୍ଦ ରାଉତ, ଗଙ୍ଗାଧର ଦାସ, ଗୌରାଙ୍ଗ ରଣା, ପ୍ରଦୀପ ଜେନା, ଫେତୁ ପଣ୍ଡାଙ୍କ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ । ସହଦେବ ଦାସ, ରମାକାନ୍ତ ସାହୁ, ଚକ୍ରଧର ଦାସ, ଲିଟୁ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


