ସଡକ ଦୁର୍ଘଟଣାରେ ଜିଲ୍ଲା ବିଜେଡି ସଭାପତି ଆହତ

ହାଟଡ଼ିହ.(ଯୁଗାବ୍ଦ ନ୍ୟୁଜ୍‌): ରବିବାର ଅପରାହ୍ନରେ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ଘରୁ ବାଇକ ଯୋଗେ ଛେପଦି ଛକ ନିକଟ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାର ଆସୁଥିବାରୁ ସେ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସଂଗେ ସଂଗେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଛି । ତାଙ୍କ ଗୋଡ, ମୁଣ୍ଡ, ହାତ ଓ ଛାତିରେ ଅଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ତାଙ୍କ ସ୍ୱାସ୍ଥ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ