ବେଗୁନିଆପଡ଼ା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋଦଳା,(ଯୁଗାବ୍ଦ ନ୍ୟୁଜ୍‌) : ବେଗୁନିଆପଡ଼ା ବ୍ଳକ ସ୍ଥିତ ରାଗପୁର ଆଦର୍ଶ ବିଦ୍ୟାଳୟର ଚତୁର୍ଥ ତମ ବାର୍ଷିକ ଉତ୍ସବ ଭାରପ୍ରାପ୍ତ ଅଧକ୍ଷ ରୁଦ୍ର ନାରାୟଣ ରଥକଂ ସଭାପତିତ୍ବରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର‌୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା କେ ରାଜଲକ୍ଷ୍ମୀ ଦୋରା, ଓଡିଶା ଆଦର୍ଶ ବିଦ୍ୟାଳୟ ହିଞ୍ଜିଳିକାଟୁ ନୋଡ଼ାଲ ଅଧ୍ୟକ୍ଷ ଅରୁଣ କୁମାର ପଟେଲ୍, ମୁଖ୍ୟ ବକ୍ତା ଭାବେ ସୁବଳୟା ମହାବିଦ୍ୟାଳୟର ଅଧ୍ୟକ୍ଷା ଜୋସ୍ନାରାଣୀ ପ୍ରଧାନ ଯୋଗ ଦେଇ ପିଲାମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଅଭିଭାବକ ମାନଙ୍କ ଭୂମିକା ଉପରେ ବିଶଦ୍ ଭାବେ ଆଲୋଚନା କରିଥିଲେ। ସରକାର ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସିବିଏସ୍ଇ ଢାଞ୍ଚାରେ ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠାପର ଭାବେ ଶିକ୍ଷାଦାନ ନିଶ୍ଚିତ ଭାବେ ଆଦର୍ଶ ଛାତ୍ର ଛାତ୍ରୀ ଗଠନ କରିବାରେ ମୁଖ୍ୟ ଭୂମିକା ନେବ ଓ ସର୍ବଭାରତୀୟ ସ୍ତରର ପ୍ରତିଯୋଗିତାରେ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ମଧ୍ୟ ଭାଗ ନେବାର ସୁଯୋଗ ପାଇବେ ବୋଲି ବିଧାୟିକା ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଛାତ୍ର ଭାବେ ନବମ ଶ୍ରେଣୀର ଛାତ୍ରୀ ଅଙ୍କିତାରାଣୀ ପ୍ରଧାନ, ନୂତନ ଛାତ୍ରଙ୍କ ଭିତରେ ଉକୃଷ୍ଟ ଛାତ୍ର ଭାବେ ଷଷ୍ଠ ଶ୍ରେଣୀ ଛାତ୍ରୀ ଆୟୁଷୀ ପାଣିଗ୍ରାହୀ ଏବଂ ସିବିଏସ୍ଇ ଦଶମ ଶ୍ରେଣୀରେ ବିଦ୍ୟାଳୟର ଶ୍ରେଷ୍ଠ ପାଞ୍ଚ ଜଣ ଛାତ୍ରଛାତ୍ରୀ ଭାବେ ଆରତୀ ବିଶ୍ବାଳ, ସୋମନାଥ ରଥ, କେ. ଶେଫାଳି ସେନାପତି, ନିର୍ଲିପ୍ତ ନନ୍ଦ ପ୍ରଧାନ ଓ ସୁଶ୍ରୀ ଶୁଭସ୍ମିତା ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଛାତ୍ରୀଛାତ୍ରଙ୍କ ଦ୍ବାରା ସୁନ୍ଦର ମନୋରଞ୍ଜନ କାର‌୍ୟ୍ୟକ୍ରମ ପରିବେଷଣ ହୋଇଥିଲା। କାର‌୍ୟ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ