ଗୋଟିଏ ଘରେ ଚାଲିଛି ୩ଟି ଶ୍ରେଣୀ, ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ
ହାଟଡିହି, (ବିକାଶ ବିଶ୍ୱାଳ):ଘୁର୍ଣ୍ଣିଝଡ଼କୁ ୬ମାସ ବିତିଲା , ବିଦ୍ୟାଳୟର ନାହିଁ ଶ୍ରେଣୀ ଗୃହ, ଗୋଟିଏ ଘରେ ଚାଲିଛି ୩ଟି ଶ୍ରେଣୀ, ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେବା ଆଶଙ୍କା ଦେଖାଦେଇଛି । ଏଭଳି ଅବସ୍ଥା ଦେଖିବାକୁମିଳିଛି ହାଟଡିହି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ କଇଥଗଡିଆ ବାଞ୍ଛାନିଧି ସଂସ୍କୃତ ବିଦ୍ୟାଳୟରେ । ଏହି ସ୍କୁଲରେ ୬୦ ରୁଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଗତକସରକାର ସମୟରେ ଏହାକୁ ୫-ଟି ରେ ସାମିଲ କରାଯାଇ ରୁପାନ୍ତିକରଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା। ଏଥିରେ ୩ଟିଶ୍ରେଣୀଗୃହର ଆଜବେଷ୍ଟସ ପକାଯାଇ କାର୍ଯ୍ୟ ହୋଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ ଦିନ କେଇଟା ଭିତରେ ଗତ ମାର୍ଚ୍ଚ ମାସ ୧୪ ତାରିଖରେ କାଳବୈଶାଖୀରେ ଉଡିଯାଇଥିଲା ବିଦ୍ୟାଳୟର ଏହି ଆଜବେଷ୍ଟସ ଛପର । ସେତେବେଳେ ବିଡିଓ ଏବଂ ସହକାରୀଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଏଷ୍ଟିମେଟ ପ୍ରସ୍ତୁତି କରି ଅନୁମୋଦନପାଇଁ ଜିଲ୍ଲା ଅଫିସକୁ ପଠାଇଥିଲେ । କିନ୍ତୁ ଏହା ଭିତରେ ୬ ମାସ ବିତିଯାଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ଏହା ଅନୁମୋଦନ ହୋଇ ଆସିପାରିଲାନି । ଅନ୍ୟ ପକ୍ଷରେ ୫-ଟି ଅନୁଦାନରୁ ପାଖାପାଖି ୪୫ ଲକ୍ଷ ଟଙ୍କା ଥିଲେ ବି ଆଜିପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ କରାଯାଉନି । ଫଳରେ ୮ମ, ୯ମ ଓ ୧୦ମ ଶ୍ରେଣୀର ପିଲାମାନେ ଗୋଟିଏ ଶ୍ରେଣୀ ଗୃହରେ ବସି ଶିକ୍ଷାଲାଭ କରୁଛନ୍ତି । ଏହା ଏକ ଆବଶିକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ପିଲାମାନେ ସେହି ଗୋଟିଏ ଶ୍ରେଣୀଗୃହରେ ଶିକ୍ଷାଲାଭ ସହିତ ରାତ୍ରୀଯାପନ କରୁଛନ୍ତି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବାପରେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।