ହାପୀ ମୁମେଣ୍ଟ ଇଣ୍ଡିଆ ତରଫରୁ ବରିଷ୍ଠ ସାମ୍ୱାଦିକ ସୁଦୀପଙ୍କୁ ଜାତୀୟ ସମ୍ମାନ

ବ୍ରହ୍ମପୁର,(ଅନିଲ କୁମାର): ରାଉରକେଲା ର ହାପି ମୁମେଣ୍ଟ ଇଣ୍ଡିଆ ତରଫରୁ ଶ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ଦିବସୀୟ ଜାତୀୟ ନାଗରିକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ବ୍ରହ୍ମପୁର ର ବରିଷ୍ଠ ସାମ୍ବାଦିକ, ଗାୟକ, ଓକିଲ , ଅଭିନେତା, ସଂଯୋଜକ , ଲେଖକ ତଥା ସମାଜସେବୀ ସୁଦୀପ କୁମାର୍ ସାହୁ ଙ୍କୁ ଏହି ସମାରୋହରେ ଜାତୀୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନା ଯୋଗ୍ୟ ସାମ୍ୱାଦିକ ସୁଦୀପ ଙ୍କୁ ହାଇଦରାବାଦ, କଲିକତା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ଭୁବନେଶ୍ଵର, ପାରାଦୀପ,ପୁରୀ, କଟକ ଜିଲ୍ଲା ସହ ଅନ୍ୟ ସ୍ଥାନ ଆଉ ଅନୁଷ୍ଠାନ ତରଫରୁ ପ୍ରାୟ ୬୦୦ ରୁ ଉର୍ଦ୍ଧ ସମ୍ମାନ ପ୍ରଦାନ କରାଯାଇଛି ।ଏହି କାର୍ଯକ୍ରମ କୁ ଉଦ୍ଘାଟନ କରିଥିଲେ ପଦ୍ମଶ୍ରୀ ପ୍ରଭାକର ମହାରଣା,ବିଧାୟକ ଅନନ୍ତ ନାରାୟଣ ଜେନା,କବି ଶଙ୍କର ପରିଡ଼ା,ସି ଭି ରମଣ ଅନୁଷ୍ଠାନର ପରାମର୍ଶ ଦାତା ସୁନିଲ ଷଡ଼ଙ୍ଗୀ,ଓ ବ୍ୟଙ୍ଗ କବି ସମ୍ପଦ ରଥ, ବନ୍ଦିତା ହରିଚନ୍ଦନ ପ୍ରମୁଖ,। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମାରୋହ ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୨୦୦ ପ୍ରତିନିଧି ଯୋଗଦାନ କରିଥିଲେ । ଅତିଥି ମାନେ, ଅଧ୍ୟକ୍ଷ ପଣ୍ଡାଙ୍କର ସମାଜ ସେବା,ସାହିତ୍ୟ ଓ ସଂସ୍କୃତି ର ପ୍ରଚାର,ପ୍ରସାର, ଭଳି କାର୍ଯ୍ୟକ୍ରମ ହାତକୁ ନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ, ବିଭିନ୍ନ କାର୍ଯ୍ୟକ୍ରମ କରିବା ଓ ଗରିବ ଦୁଃଖୀ ରଙ୍କି ମାନଙ୍କର ସେବା ସହ ସାହାଯ୍ୟ ଓ ସହଯୋଗ ର ହାତ ବଢ଼େଇବା ଆଦି ଉପରେ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ସମାରୋହରେ ମାଲଖମ୍ବ ନୃତ୍ୟ,ଓଡ଼ିଶୀ ନୃତ୍ୟ ସହ,ବିଭିନ୍ନ ପ୍ରକାର ନୃତ୍ୟ ଓ ଗୀତ ମଧ୍ୟ ପରିବେଷଣ କରା ଯାଇଥିଲା । ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଅଦ୍ୟାବଧି କାର୍ଯ୍ୟରତ ପ୍ରତିଭାବାନ ବ୍ୟକ୍ତିତ୍ଵ ମାନଙ୍କୁ ମାନପତ୍ର, ସିଲ ଉତ୍ତରୀୟ ଆଦି ଦିଆଯାଇ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୭୦ ପ୍ରତିଭା ଙ୍କୁ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲା। ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ସୁନ୍ଦର ସାହୁ,ବର୍ଷା ଜେନା ,ସତ୍ୟମ ମୋଦକ୍ ଆଦି ଉତ୍ସବ କୁ ପରିଚାଲାନା କରିଥିଲେ । ସେହିପରି ସମାଜସେବୀକା ବର୍ଷା ବିଦୁସ୍ମିତା, ନାରୀନେତ୍ରୀ ତଥା ସାମ୍ବାଦିକା ଅନୁଯାନନ୍ଦ ବିଶ୍ଵାଳ, ଭୁବନେଶ୍ଵର ର ଯୁବ ସାମ୍ୱାଦିକ ସତିଶ କୁମାର ଦାସ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ