ହାପୀ ମୁମେଣ୍ଟ ଇଣ୍ଡିଆର ଏକଦିବସୀୟ ନାଗରିକ ସମ୍ମାନ ସମାରୋହ

ଭୁବନେଶ୍ୱର,(ୱାଏନଏସ):ରାଉରକେଲାର ହାପି ମୁମେଣ୍ଟ ଇଣ୍ଡିଆ ତରଫରୁ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ଦିବସୀୟ ଜାତୀୟ ନାଗରିକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସମାରୋହକୁ ପ୍ରଦୀପ ପ୍ରଜୋଳନ ପୂର୍ବକ ଉଦ୍ଘାଟନ କରିଥିଲେ ପଦ୍ମଶ୍ରୀ ପ୍ରଭାକର ମହାରଣା,ବିଧାୟକ ଅନନ୍ତ ନାରାୟଣ ଜେନା,କବି ସଙ୍କର ପରିଡ଼ା,ସି ଭି ରମଣ ଅନୁଷ୍ଠାନର ପରାମର୍ଶ ଦାତା ସୁନିଲ ଷଡ଼ଙ୍ଗୀ,ଓ ବ୍ୟଙ୍ଗ କବି ସମ୍ପଦ ରଥ,ବନ୍ଦିତା ହରିଚନ୍ଦନ ପ୍ରମୁଖ,। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମାରୋହ ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁq ୨୦୦ ପ୍ରତିନିଧି ଯୋଗଦାନ କରିଥିଲେ । ଅତିଥି ମାନେ,ଶ୍ରୀଯୁକ୍ତ ପଣ୍ଡାଙ୍କର ସମାଜ ସେବା,ସାହିତ୍ୟ ଓ ସଂସ୍କୃତିର ପ୍ରଚାର,ପ୍ରସାର, ଭଳି କାର୍ଯ୍ୟକ୍ରମ ହାତକୁ ନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ, ବିଭିନ୍ନ କାର୍ଯ୍ୟକ୍ରମ କରିବା ଓ ଗରିବ ଦୁଃଖୀ ରଙ୍କି ମାନଙ୍କର ସେବା ସହ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇବା ଆଦି ଉପରେ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ସମାରୋହରେ ମାଲଖମ୍ବ ନୃତ୍ୟ,ଓଡ଼ିଶୀ ନୃତ୍ୟ ସହ,ବିଭିନ୍ନ ପ୍ରକାର ନୃତ୍ୟ ଓ ଗୀତ ମଧ୍ୟ ପରିବେଷଣ କରା ଯାଇଥିଲା । ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଅଦ୍ୟାବଧି କାର୍ଯ୍ୟରତ ପେରସନାଲିଟିଙ୍କୁ ମାନପତ୍ର, ଶିଲ ଉତ୍ତରୀୟ ଆଦି ଦିଆଯାଇ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୭୦ ପ୍ରତିଭା ଙ୍କୁ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲା। ଅନୁଷ୍ଠାନର ବରିଷ୍ଠ ସଭ୍ୟ ସୁନ୍ଦର ସାହୁ,ବର୍ଷା ଜେନା ,ସତ୍ୟମ ମୋଦକ୍ ଆଦି ଉତ୍ସବକୁ ପରିଚାଲାନା କରିଥିବା ବେଳେ,ଶେଷରେ ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ