୭୨ ବର୍ଷ ନୟାହାଟରେ ଗଣେଶ ପୂଜା

ନିମାପଡ଼ା,(ସନ୍ତୋଷ ଦାଶ): ଗଣେଶ ଚତୁର୍ଥୀ ତିଥି ଅବସରରେ ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟର ବଡ଼ ବଜାର ଠାରେ ୭୨ ତମ ବାର୍ଷିକ ଗଣେଶ ପୂଜା ଆରମ୍ଭ ହୋଇଛି।ଚଳିତ ବର୍ଷ କୈଳାସ ନନ୍ଦୀ କର୍ତ୍ତା ହୋଇଥିବାବେଳେ ରବିବାର ଓ ସୋମବାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ କରାଯାଇଥିବା ବେଳେ ଶୁକ୍ରବାର ଦିନ ସଂଧ୍ୟା ରେ ଭଜନ ସମାରୋହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ବଜାର କମିଟି ସଭାପତି ଦେବେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ଆଜକୁ ୭୨ ବର୍ଷ ପୂର୍ବେ ନୟାହାଟ ଅଞ୍ଚଳର ବ୍ୟବସାୟୀ କାର୍ତ୍ତିକ ନନ୍ଦୀ, ହରିହର ବେହେରା, ନବଘନ ସାହୁ, କୁଳମଣି ନନ୍ଦୀ, ସୁରେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଏକତ୍ରିତ ହୋଇ ବଡ଼ ବଜାର ଠାରେ ଗଣେଶ ପୂଜା ଆରମ୍ଭ କରିଥିଲେ। ସମସ୍ତ ବ୍ୟବସାୟୀ ମାନଙ୍କ ସାହାଯ୍ୟ ସହଯୋଗ କ୍ରମେ ବଡ଼ ବଜାର ଠାରେ ପ୍ରତିବର୍ଷ ଗଣେଶ ପୂଜା ଶାନ୍ତି ଶୃଙ୍ଖଳାର ସହିତ ଚାଲି ଆସୁଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ