ମନ ମୋହୁଛି ରୁଦ୍ରାକ୍ଷ ଓ ମାଣ୍ଡିଆରେ ନିର୍ମିତ ଗଣେଶ ମୂର୍ତ୍ତି

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଣେଷ ପୂଜା ଅବସରରେ ଉତ୍ସବମୁଖର ହୋଇ ଉଠିଛି ଭଞ୍ଜନଗର।ସହର ସମେତ ଗ୍ରାମାଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ ପ୍ରଭୁ ଗଣେଷ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିର୍ମିତ ମନଲୋଭା ମୂର୍ତ୍ତି ସାଙ୍ଗକୁ ସୁନ୍ଦର ସାଜସଜ୍ଜା,ଆକର୍ଷଣୀୟ ତୋରଣ ଓ ରଙ୍ଗ ବେରଙ୍ଗ ଅଲୋକମାଳାରେ ପୂଜାମଣ୍ଡପ ଗୁଡ଼ିକ ଝଲସି ଉଠିଛି।ଭଞ୍ଜନଗର ସହରର ୩୫ ଟି ମଣ୍ଡପ ରେ ଗଜାନନ ପୂଜା ପାଉଛନ୍ତି। ଭଞ୍ଜନଗର ସହର ଭେଜିପୁଟ ବଡ଼ ଦାଣ୍ଡ ରେ ୧୫ କେଜି ମାଣ୍ଡିଆରେ ପ୍ରଖ୍ୟାତ ଶିଳ୍ପୀ ଧ୍ରୁବ ମହାରଣାଙ୍କ ଦ୍ୱାରା ନିର୍ମିତ ଗଣେଶ ମୂର୍ତ୍ତି ଓ ବାଉଁଶଲୁଣ୍ଡି ବାଇପାସ୍ ଛକ ରେ ୨୧ ହଜାର ରୁଦ୍ରକ୍ଷାରେ ନିର୍ମିତ ଗଣପତିଙ୍କ ମୂର୍ତ୍ତି ଲୋକଙ୍କ ମନ ମୋହୁଛି। ଗଜାନନଙ୍କ ଏହି ମନଲୋଭା ମୂର୍ତ୍ତି ଦେଖିବା ପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ସ୍ଥାନୀୟ ମାଲସାହି ବାସିନ୍ଦା ଭି. ଧର୍ମା ରାଓ ମୂର୍ତ୍ତି ନିର୍ମାଣ କରିଛନ୍ତି। ଗତବର୍ଷ ଏଠାରେ କାଜୁରେ ମୂର୍ତ୍ତି ନିର୍ମାଣ କରି ଥିଲେ ଧର୍ମା। ଧାର୍ମା ଙ୍କୁ ଏନେଇ ପଚାରିବାରୁ ସେ ଏଠାରେ କହିଛନ୍ତି ଯେ ବାପା ଭି.ରମା ରାଓ ଙ୍କ ଠୁ ମୂର୍ତ୍ତି ତିଆରି କରିବାର ଶିଖିଛନ୍ତି।ବାପା ଙ୍କ କଳାକୁ ବଞ୍ଚାଇ ରଖିବା ପାଇଁ ପ୍ରତିବର୍ଷ କିଛି ନୁଆଁ ମୂର୍ତ୍ତି କରିବା ପାଇଁ ଆଗ୍ରହ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ