ବାଙ୍କତରା ହତ୍ୟା ମାମଲାରେ ଆଉ ଜଣେ ଗିରଫ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ଗଞ୍ଜାମ ଜିଲ୍ଲା ତାରସିଂ ପୋଲିସ ନୂଆଁ ବାଙ୍କତରାର କବିରାଜ ଗୌଡ ହତ୍ୟା ମାମଲାରେ ଆଜି ଆଉ ଜଣକୁ ଗିରଫ କରିଛି। ସେ ହେଲେ ରଞ୍ଜନ ନାୟକ। ଘଟଣାରୁ ପ୍ରକାଶ ଯେ ଗତ ମାସ ୨୨ ତାରିଖ ଦିନ କବିରାଜ ଗୌଡ ଜମିକୁ ପାଣି ମଡ଼ାଇବାକୁ ପୁଅ ସହ ଯାଇଥିଲେ। ଏହି ସମୟରେ ତାଙ୍କ ବଡ ଭାଇ ଦେବରାଜ ଏବଂ ତାଙ୍କ ପୁଅ ଏବଂ ଅନ୍ୟ ଦୁଇଜଣ ପହଞ୍ଚି ପାଣି ମଡ଼ାଇବାକୁ ନେଇ କବିରାଜ ଙ୍କୁ ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ କବିରାଜ ଗୌଡ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ। ଏଥିରେ ଉଭୟ ପକ୍ଷର ୪ ଜଣ ଆହତ ହୋଇଥିଲେ । ପୋଲିସ ଘଟଣା ପରଦିନ ଦେବରାଜ ଏବଂ ତାଙ୍କ ପୁଅକୁ ଗିରଫ କରିଥିଲା। ଗତକାଲି ଦେବରାଜକୁ ହତ୍ୟାରେ ସହଯୋଗ କରିଥିବା ଜଣକୁ ପୋଲିସ ଗିରଫ କରିଥିଲା। ଆଜି ଆଉ ଜଣେ ସହଯୋଗୀ ରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି ବୋଲି ଥାନା ଅଧିକାରୀ ବିଜୟ କୁମାର ସ୍ଵାଇଁ ଏଠାରେ ପ୍ରକାଶ କରିନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ