ଶ୍ରୀଚୈତନ୍ୟ ଗଣେଷ ପୂଜା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗତ ତା. 07 ରିଖ ଠାରୁ 09 ରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଭଞ୍ଜନଗର, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ,ପୁରୁଣା ବଜ଼ାର ସାହି ପାଠଶାଳା ଆନୁକୂଲ୍ୟରେ ଶ୍ରୀ ଚୈତନ୍ୟ ଝାଙ୍କି ‘ ମେଢ଼ ସ୍ଥାପନ କରାଯାଇଥିଲା |ନିରାକାର ପରମପିତା ପରମାତ୍ମା ଶିବ ତଥା ଶ୍ରୀ ଗଣେଷଙ୍କ ଦିବ୍ୟ ଆବିର୍ଭାବ ଉପରେ ଆଧାରିତ ବିଶ୍ୱ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଥିଲା |ଉପସେବା କେନ୍ଦ୍ରର ମୁଖ୍ୟ ସଂଚାଲିକା ବି. କେ ସନ୍ତୋଷିନୀ ଭଉଣୀ ଏହାକୁ ଉଦଘାଟନ କରିଥିଲେ | ଏହି ମେଳାରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଥିଲେ | ଚୈତନ୍ୟ ଝାଙ୍କି ରେ ଶ୍ରୀ ଗଣେଷଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ଭକ୍ତ ମାନେ ଦର୍ଶନ କରିଥିଲେ | ଏହି ଚିତ୍ର ପ୍ରଦର୍ଶନୀ ରେ ଜ୍ଞାନ ଓ ରାଜଯୋଗ ର ଶିକ୍ଷା ପ୍ରଦାନ କରାଯାଇଥିଲା | ଏଥିରେ ସମସ୍ତ ବି.କେ.ଭାଇ ଓ ଭଉଣୀ ମାନେ ସେବା ରେ ସହଯୋଗ କରିଥିଲେ | ସେବା ଧାରୀ ଙ୍କ ମଧ୍ୟରୁ ବି.କେ ଆରିଆ, ବି.କେ ବର୍ଷା ଭଉଣୀ ଏବଂ ବି.କେ ରୋଶନ ଭାଇ ଅନ୍ୟତମ | ଏହି ଚୈତନ୍ୟ ଝାଙ୍କି ମହାସମାରୋହ ରେ ପାଳନ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ