ଜଙ୍ଗଲରେ ପାଟ୍ରୋଲିଂ ବେଳେ ୪ବସ୍ତା ଗଞ୍ଜେଇ ଜବତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ପାଡ଼ିକିଆ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ପୋଲିସ ଜବତ କରିଛି। ଗଞ୍ଜେଇର ଓଜନ ୧୩୫ କେଜି ବୋଲି ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି। ପ୍ରକାଶ ଯେ, ଉକ୍ତ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ୪ଟି ପ୍ଲାଷ୍ଟିକ୍‌ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି କୌଣସି ସ୍ଥାନକୁ ବିକ୍ରି ପାଇଁ ପଠାଯିବାକୁ କେହି ଦୁର୍ବୃତ୍ତ ରଖିଥିବା ପୋଲିସକୁ ଖବର ପହଞ୍ଚିଥିଲା। ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା, ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି, ହୋମଗାର୍ଡ ସୁରେଶ ମଳିକ, ଜିତେନ୍ଦ୍ର ରାଜଗୁରୁ ସଦଳବଳ ଉକ୍ତ ଜଙ୍ଗଲରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ପୋଲିସ କହିଛି। ଏତେ ସଂଖ୍ୟା ଓ ଲକ୍ଷାଧିକ ତାଙ୍କର ଗଞ୍ଜେଇ ଜିଲା ତଥା ରାଜ୍ୟ ବାହାରକୁ ଚାଲାଣ ପାଇଁ ଦୁର୍ବୃତ୍ତମାନେ ଗଞ୍ଜେଇ ଚାଷରୁ ଅମଳ କରି ଏକାଠି ରଖିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିବା ସହ ଉକ୍ତ ଅଞ୍ଚଳରେ ଏହା ଚାଷ ହେଉଛି ନା ଅନ୍ୟ କେଉଁ ଜଙ୍ଗଲରୁ ଅମଳ ପରେ ଆଣି ଏଠି ରଖାଯାଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏନେଇ ଥାନାରେ କେଶ ନଂ.୧୧୮/୨୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ