ସୁନା ଦୋକାନୀ ଙ୍କୁ ଗୁଳି ମାଡ଼ କରି ଦୁର୍ବୃତ୍ତ ଫେରାର

ନିମାପଡ଼ା ,( ସନ୍ତୋଷ ଦାଶ): ପୁରୀ ଜିଲ୍ଲା କାକଟପୁର ଥାନା ଅଧିନସ୍ଥ କୁଣ୍ଢେଇହାଟ ତିନି ଛକ ବଜାରରେ ଥିବା ସାହୁ ଜୁଏଲାରୀର ସତ୍ବାଧୀକାରୀ ନିରଞ୍ଜନ ସାହୁ ଦୋକାନରେ ବସିଥିବାବେଳେ ହଠାତ କୋଣାର୍କ ପଟୁ ୨ ଜଣ ଯୁବକ ଏକ ନମ୍ବର ବିହୀନ ହୋଣ୍ଡା ସାଇନ ମୋଟରସାଇକେଲ ଆସି ମୁଁହରେ ମାସ୍କ ପିନ୍ଧି ଦୋକାନ ଭିତରକୁ ପଶିଥିଲେ ।ଦୋକାନ ମାଲିକ ଶ୍ରୀ ସାହୁ ତାଙ୍କୁ ପଚାରିବାରେ ସେ ହଠାତ ଅଣ୍ଟାରୁ ଏକ ବନ୍ଧୁକ ବାହାର କରି ୨ ରାଉଣ୍ଡ ଫାଇରିଙ୍ଗ କରିଥିଲେ ।ଶ୍ରୀ ସାହୁ କିଛି ବୁଝି ନପାରି ବୁଲି ପଡିବା ବେଳକୁ ଗୋଟିଏ ଗୁଳି ତାଙ୍କ କଙ୍କାଳ ଦେଇ ବାହାରି ଯାଇଥିବା ବେଳେ ଆଉ ଏକ ଗୁଳି ତାଙ୍କର କଙ୍କାଳ ରେ ରହିଥିବା କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରକାଶ କରିଛନ୍ତି ।ଦୋକାନୀ ଶ୍ରୀ ସାହୁ ଉପସ୍ଥିତ ବୁଦ୍ଧି ଖଟାଇ ତାଙ୍କ ଦୋକାନରେ ଥିବା ନାଇଟ୍ରିକ ଏସିଡ ଦୁର୍ବୁତ୍ତ ମାନଙ୍କୁ ଫୋପାଡ଼ିବାରେ ସେମାନେ ତାଙ୍କର ନମ୍ବର ବିହୀନ ବାଇକ ଛାଡି ଏକ ୱାଗନଆର କାରରେ କୋଣାର୍କ ଅଭିମୁଖେ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଶ୍ରୀ ସାହୁଙ୍କୁ ନିକଟସ୍ଥ ଦୋକାନୀ ମାନେ ନିକଟସ୍ଥ କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବାବେଳେ କାକଟପୁର ମେଡିକାଲର ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରିଥିଲେ ।ଏ ସଂକ୍ରାନ୍ତରେ କାକଟପୁର ପୋଲିସ ଖବର ପାଇ ବିଭିନ୍ନ ଛକ ଯାଗାରେ ଛାନଭିନ କରି ଅଧିକ ତଦନ୍ତ ଚଳାଇଥିବା କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରା ପ୍ରକାଶ କରିଛନ୍ତି । ଏହି ଘଟଣା ସମଗ୍ର କାକଟପୁର ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ