ଡ୍ରାଇଭରଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ପରିବାରକୁ ସହାୟତାରାଶି ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ଡ୍ରାଇଭର ମହାସଂଘ ଭୁବନେଶ୍ୱର ବ୍ଲକ ଅନ୍ଧାରୁଆ, ଖଣ୍ଡଗିରି ଜୋନ୍ ୧୪ର ସଦସ୍ୟ ସ୍ବର୍ଗତ ଶିବାନନ୍ଦ ସୁବୁଦ୍ଧିଙ୍କର ଦୀର୍ଘଦିନଧରି ଅସୁସ୍ଥତା ଜନିତ ମୃତ୍ୟୁ ପରେ ଡ୍ରାଇଭର ମହାସଂଘ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି | ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଆର୍ଥିକ ସହାୟତାରାଶି ପ୍ରଦାନ କରାଯାଇଛି | ଏହି ଉପଲକ୍ଷେ ଆୟୋଜିତ ଶୋକ ସଭାରେ ସ୍ବର୍ଗତ ସୁବୁଦ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହିତ ଯାତ୍ରୀ ପରିବହନ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଆଦର୍ଶରେ ଡ୍ରାଇଭର ସଂଘର ସଦସ୍ୟମାନେ ଅନୁପ୍ରାଣିତ ହେବେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ | ଏହି ଶ୍ରଦ୍ଧାଞ୍ଜଳି ଅନ୍ଧାରୁଆ ଗାଁ ସୁଭଦ୍ରା ମଣ୍ଡପ ନିକଟରେ ଆୟୋଜିତ ହୋଇଥିଲା | ଶ୍ରଦ୍ଧାଞ୍ଜଳି ସଭା ପରେ ସଦସ୍ୟ ମାନେ ଅନ୍ଧାରୁଆ ଗ୍ରାମ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ନୀରବ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ