ର୍ନସିଂ ଅଫିସରଙ୍କ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ସ୍ୱାସ୍ଥ୍ୟସେବା ପ୍ରଭାବିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଜିଲ୍ଲାସ୍ତରୀୟ ସରକାରୀ ମୁଖ୍ୟ ଡାକ୍ତରଖାନା ସମେତ ସମଗ୍ର ଜିଲ୍ଲାରେ ଥିବା ସମସ୍ତ ସରକାରୀ ଡାକ୍ତରଖାନରେ ଆଜିଠାରୁ ର୍ନସିଂ ଅଫିସରମାନେ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି. ଏନେଇ ସମଗ୍ର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିଶେଷ ଭାବେ ପ୍ରଭାବିତ ହୋଇଛି. ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସ୍ତରୀୟ ଡାକ୍ତରଖାନା ପରିସରରେ ଗଜପତି ଜିଲ୍ଲା ର୍ନସିଂ ଅଫିସର ସଂଘର ସଭାନେତ୍ରୀ ଅର୍ଣ୍ଣପୂର୍ଣ୍ଣା ଚାନ୍ଦ, ସନ୍ଧ୍ୟାରାଣୀ ଦେଇ, ଅନିତା ପାତ୍ରଙ୍କ ନେତୃତ୍ୱରେ ସମଗ୍ର ଗଜପତି ଜିଲ୍ଲାର ର୍ନସିଂ ଅଫିସରମାନେ ପାରଳାଖେମୁଣ୍ଡି ପହଞ୍ଚି ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନା ପରିସରରେ ଏକତ୍ରିତ ଭାବେ ଧାରଣାରେ ବସିଛନ୍ତି. ସମ୍ପୂର୍ଣ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଏମାନେ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ