ଶିକ୍ଷକଙ୍କୁ ହତ୍ୟା ମାମଲା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ଅନୁଗୁଳ: ଅନୁଗଳ ଜିଲ୍ଲା କଣିହାଁ ତେଲୀସିଂହାରେ ଜଣେ ଶିକ୍ଷକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବା ଘଟଣାରେ ଅଭିଯୁକ୍ତକୁ କୋର୍ଟ ଆଜୀବନ କାରାଦଣ୍ଡଦେଶ ଶୁଣାଇଛନ୍ତି ।ସୂଚନା ଅନୁସାରେ ୨୦୧୫ ମସିହାରେ ଶିକ୍ଷକ ମଦନମୋହନ ପ୍ରଧାନ ଙ୍କୁ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳ ଖଣ୍ଡାରେ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟା ଘଟଣାରେ ଦୀର୍ଘ ୪ ବର୍ଷ ପରେ ଶିକ୍ଷକ ନ୍ୟାୟ ମିଳିଛି । ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଏଡିଜେ କୋର୍ଟର ବିଚାରପତି ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି ।