ଆବୁଲୁପୁରା – ସୁଲଣରାସ୍ତା ଶୋଚନୀୟ , ମରାମତି ଦାବି
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୁଲଣ ପଞ୍ଚାୟତ ଆବୁଲ ବୁଲପୁରା ଗାଁ ଠାରୁ ସୁଲଣ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଟି ବିପର୍ଯ୍ୟସ୍ତ ହୋଇପ ହାଇପଡ଼ିଛି। ପଥଚାରୀମାନେ ଏହି ରାସ୍ତ ରାସ୍ତାରେ ଯା’ ଆସ କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତାର ଅବସ୍ଥା ନିହାତି ଭାବେ କଦର୍ଯ୍ୟ ହୋଇପଡ଼ିବା ବେଳେ ଏକ କଲଭର୍ଟ ମଧ୍ଯ ଭାଙ୍ଗି ଯାଇଛି। ଯାହା ପାଇଁ ସେହି ରାସ୍ତାରେ ଲୋକେ ଚାଲି ଚାଲି ଯିବାରେ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଉପରେ ଆବୁଲପୁରା, ଜଳସରପୁର ଓ ସୁଲଣ ଗାଁ ସମେତ ବିରିଡ଼ି, ଅଣତୀରା, ଆମ୍ବୋ ଆଦି ଗ୍ରାମର ଲୋକମାନେ ଚଳପ୍ରଚଳ କରିଥାନ୍ତି। ହଟତିହି କିମ୍ବା ଛେନାପଦି ମାର୍କେଟକୁ ଯିବାପାଇଁ ଏହି ରାସ୍ତାଟି ମୁଖ୍ୟରାସ୍ତା ହୋଇଥିବା ବେଳେ, ଏବେ ରାସ୍ତାର ଏଭଳି ଶୋଚ଼ନୀୟ ଅବସ୍ଥା ପାଇଁ ସ୍କୁଲ ଗାଡ଼ି, ଆମ୍ବୁଲାନ୍ସ ସହ ଜରୁରୀ ସମୟରେ ଅଗ୍ନିଶମ ବାହିନୀଙ୍କ ଗାଡ଼ି ମଧ୍ୟ ଯାଇପାରୁନାହିଁ । ରାସ୍ତାର ଅବସ୍ଥା ପାଇଁ ଦୁର୍ଗମ ଅଞ୍ଚଳ ଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଭଳି ଏଠାକାର ଲୋକେ ନାନାଦି ପ୍ରକାରର କଷ୍ଟ ସହି ଚଳପ୍ରଚଳ କରୁଛନ୍ତି। ଛାତ୍ର ଛାତ୍ରୀ ମାନେ ସାଇକେଲ ଧରି ସ୍କୁଲ କଲେଜ ଯିବାରେ ନାନା ସମସ୍ୟା ଭୋଗୁଛନ୍ତି। ରାସ୍ତାର ଏଭଳି ଅବସ୍ଥା ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କ୍ଷୀରୋଦ ବେହେରାଙ୍କୁ ପଚାରିବାରୁ, ଏହି ରାସ୍ତାର ମରାମତି ଅବଧି ରହିଛି ଏବଂ ଆମେ ମଧ୍ଯ ଜିଓଟ୍ୟାଗ କରି ଏହାର ମରାମତି ପାଇଁ ସମ୍ପୃକ୍ ଠିକାଦାରଙ୍କୁ ଅବଗତ କରାଇଛୁ ବୋଲି କହିଛନ୍ତି। ବର୍ଷା ସମୟ ପରେ ପିଚୁ କାରଖାନା ଚାଲିଲେ ତୁରନ୍ତ ଏହି ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।


