ଶାସଙ୍ଗ ହାଇସ୍କୁଲ ପରିସରରେ ହାଟଡିହି ଶିକ୍ଷକ ସଂଘ ମିଳିତ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଶାସଙ୍ଗ ହାଇସ୍କୁଲ ପରିସରରେ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୨ଟା ବେଳେ ସଭାପତି ହରମୋହନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରମୋଦ ନାୟକ, ବିବେକାନନ୍ଦ ବେହେରା, ନବକିଶୋର ବିଶ୍ଵାଳ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଜ୍ଞାନେନ୍ଦ୍ର କୁମାର ଜେନା, ରାଜ କିଶୋର ସ୍ୱାଇଁ, ବିଜୟ କୁମାର ଧଳ ପ୍ରମୁଖ ଯୋଗଦେଇ ପୂଜ୍ୟପୂଜା ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ଏଭଳି ପ୍ରୟାସଆଗାମୀ ପିତିଙ୍କପାଇଁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ। ହେମନ୍ତ କୁମାର ସିଂ, ରାମକୃଷ୍ଣ ନାୟକ, ନିରାକାର ନାୟକ, ନିତ୍ୟାନନ୍ଦ ପାତ୍ର, ପ୍ରମୋଦ ସେନାପତି, ଅକ୍ଷୟ କୁମାର ନନ୍ଦ, ରବିନ୍ଦ୍ର କୁମାର ରାଉତ, ରମାକାନ୍ତ ସାହୁ, ହେମଲତା ସାହୁ, ଶଙ୍କର୍ଷଣ ଜେନା, ଭଗବାନ ନାୟକ, ସୁରେନ୍ଦ୍ର କୁମାର ସା, ବିନୋଦ ବିହାରୀ ବ୍ରହ୍ମ, ସତ୍ୟାନନ୍ଦ ବେହେରା, ନକୁଳ ଚ଼ରଣ ରାଉତ, ସତ୍ୟଭାମା ସାହୁ, ହରମୋହନ ପଣ୍ଡା, ମୋହନ କୁମାର ମହାନ୍ତି, ଅନ୍ତର୍ଯ୍ୟାମୀ ରାଉତ, ଭଗବାନ ନାୟକ, ଦୈତାରୀ ଚ଼ରଣ ରାଉତ, ଯତିନ୍ଦ୍ର କୁମାର ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ବାରିକ, ଘନଶ୍ୟାମ ସେଠୀ, ନରହରି ଶଙ୍ଖୁଆ, ନିତ୍ୟାନନ୍ଦ ପାତ୍ର, ଅକ୍ଷୟ କୁମାର ଜେନା, କ୍ଷୀରୋଦ କୁମାର ବ୍ରହ୍ମ, ନଟବର ଓଝା, କନକ ମଞ୍ଜରୀ ସାହୁ, ଖଗେଶ୍ଵର ଜେନା, ଶେଷଦେବ ଲେଙ୍କା, ଗଜେନ୍ଦ୍ର କୁମାର ରାଉତ, ରଘୁନାଥ ଦ୍ୱିବେଦୀ ପ୍ରମୁଖ ୩୫ ଜଣ ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକଙ୍କୁ ମାନପତ୍ର ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କାର୍ଯକାରୀ ସଭାପତି ସୁରେନ୍ଦ୍ର ସା, ସମ୍ପାଦକ ମିହିର କୁମାର ପଣ୍ଡା, କୋଷାଧକ୍ଷ କ୍ଷେତ୍ର ବାସୀମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଫୁଲ କୁମାର ସାହୁ, ଅନିରୁଦ୍ଧ ବିଶ୍ଵାଳ, ଦେବାଶିଷ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


