ନନ୍ଦିପଦା ପୁଲିସ ପକ୍ଷରୁ ଲକ୍ଷ୍ମୀପୂଜ଼ା ପରିଚାଳନା ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ପୁଲିସ ପକ୍ଷରୁ ଆଜି ଛେନାପଦି ଛକସ୍ଥିତ ମା’ ବିଶ୍ଵ ତାରିଣୀ ମନ୍ଦିର ପରିସରରେ ଲକ୍ଷ୍ମୀପୂଜ଼ା ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ନନ୍ଦିପଦା ଥାନା ଆଇ.ଆଇ.ସି ରବିନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆମପୁଲିସ ସଦସ୍ୟ ସୁଧାଶୁଂ ଦକ୍ଷିଣରାୟ, କୃଷ୍ଣଚନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ମନମୋହନ ବେହେରା, ତାରିଣୀ ମନ୍ଦିର ପରିଚାଳକ ପଞ୍ଚାନନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କମ ସ୍ଵରରେ ମାଇକ ବଜାଇବା, ଜନଗହଳି କୁ ନିୟନ୍ତ୍ରଣ ରଖିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା, ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଉପରେ ଆଲୋଚ଼ନା ହୋଇଥିଲା। ପୂଜାର ୭ଦିନ ଯାକ ସନ୍ଧ୍ଯା ୫ରୁ ରାତି୧୧ ପର୍ଯ୍ୟନ୍ତ ଭାରି ଯାନ ଚ଼ଳାଚ଼ଳ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଜନଗହଳି କୁ ଦୃଷ୍ଟିରେ ରଖି ପୁଲିସ ମୃତୟନ ସହ ପେଟ୍ରୋଲିଂ କରାଯିବା ଉପରେ ଗୁରୁତ୍ୱ ଦିଆଯାଇ ଥିଲା। ଏଥିରେ କାମପାଳ ନାୟକ, ରବିନ୍ଦ୍ର କୁମାର ଜେନା, ମନୋଜ ସାହୁ, ହରିହର ଜେନା, ବିଜୟ ସେନାପତି, ମାନସ ମଲ୍ଲିକ, ଧବଳେଶ୍ଵର ପଟ୍ଟନାୟକ, ସୁଧାକର ଓଝା, ଆକାଶ ସା, ମହେଶ୍ୱର ସା, ସୁବାସ ଓଝା, ପ୍ରମୋଦ ବିଶ୍ୱାଳ, ହଳଧର ଜେନା ପ୍ରମୁଖ ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତା ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


