ନାବାଳିକା ଛାତ୍ରୀ ଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା  

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅଧିନ ଏକ ଗ୍ରାମର ତୃତୀୟ ଶ୍ରେଣୀ ରେ ପଢୁଥିବା ଜଣେ ଛାତ୍ରୀ  କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ସମ୍ପୃକ୍ତ ବୁଡୁ ସାହୁ ନାମକ ଜଣେ ଯୁବକ କୁ ସୋମବାର ପୋଲିସ ଉଠାଇନେଇଛି ।ତାଙ୍କୁ  ଥାନାରେ ଅଟକ ରଖି ତଦନ୍ତ ଚାଲିଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପୀଡ଼ିତା ଛାତ୍ରୀ ଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ତାର ବୟାନ ରେକର୍ଡ କରାଯାଇଛି।ମଙ୍ଗଳବାର ଅଭିଯୁକ୍ତ ର ଡାକ୍ତରୀ ମାଇନା କରାଯିବା ପରେ ତାକୁ ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା କହିଛନ୍ତି।ରବିବାର  ମଧ୍ୟାହ୍ନ ପ୍ରାୟ ସାଢେ ୧୨ ଟାରେ ଛାତ୍ରୀ ଜଣକ ଘର ନିକଟ ପୋଖରୀ କଡ ରେ ଥିବା ନଳକୂପ ରୁ ମାଠିଆ ରେ  ପାଣିଭର୍ତ୍ତି କରୁଥିବା ବେଳେ ସେ ଏକୁଟିଆ ଥିବା ସୁଯୋଗ ନେଇ ଅଭିଯୁକ୍ତ ତାକୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଏକ ବୁଦା ମୂଳକୁ ଟାଣି ଟାଣି ନେଇଯାଇଥିଲା।ସେ ପାଟି କରିବାରୁ ଅଭିଯୁକ୍ତ ତାର ପାଟିକୁ ଚିପି ଧରି  ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲା।ଗ୍ରାମର ରଘୁନାଥ ଦାସ ପୋଖରୀ କୁ ଗାଧୋଇ ଯାଉଥିବା ବେଳେ ଛାତ୍ରୀ ଜଣକ ବୁଦା ମୂଳେ ଥିବା ଦେଖିଥିଲେ।ସେ ସେଠାକୁ ଯିବାରୁ ଅଭିଯୁକ୍ତ ଜଣକ ଦୌଡ଼ି ପଳାଇଥିଲା। ନାବାଳିକା ଭଉଣୀ କୁ ଖୋଜିବା ପାଇଁ ତାଙ୍କ ଦୁଇ ଭାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଭଉଣୀ କାନ୍ଦୁଥିବା ଦେଖିଥିଲେ।ଦୁଇ ଭାଇ ତାକୁ ଘରକୁ ନେଇଥିଲେ। ଭୟଭୀତ ଅବସ୍ଥାରେ ଭଉଣୀ କିଛି କଥାବାର୍ତ୍ତା କହି ପାରୁନଥିଲେ। ସନ୍ଧ୍ୟାରେ ସେ ଘରେ ପରିବାର ଲୋକଙ୍କୁ ସବୁକଥା ଜଣାଇଥିଲେ।ଭଉଣୀର କଥା ଶୁଣିବାପରେ ରାତି ପ୍ରାୟ ୯ ଟାରେ ପୀଡ଼ିତା ଙ୍କ  ଭାଇ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା (ନଂ.୩୭୮/୨୪) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିବା ଜଣାପଡ଼ିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ