ବିଧାୟକଙ୍କ ଦ୍ୱାରା ଚକରା ଘାଟିର ପରିଦର୍ଶନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଲିସିଙ୍ଗି ନିକଟସ୍ଥ ଚନ୍ଦ୍ରଗିରି ଜଙ୍ଗଲରେ ଥିବା ଚକରା ଘାଟିର ବିକାଶ ଯୋଜନା ଆରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ଭାବେ ପ୍ରଦ୍ୟୁମ୍ନ କୁମାର ନାୟକ ବିଧାୟକ ଭାବେ ନିର୍ବାଚିତ ହେବାପରେ ବର୍ତ୍ତମାନ ଉକ୍ତ ଘାଟିର ବିକାଶ ପାଇଁ ଯୋଜନା କରିଥିଲେ। ତେଣୁ ଆଜି ବିଧାୟକ ପ୍ରଦ୍ୟୁମ୍ନ ଙ୍କ ସମେତ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ପ୍ରମୁଖ ଚକରା ଘାଟି ପରିଦର୍ଶନରେ ଯାଇଥିଲେ। ସେଠାରେ ୩ ଟି ଚେକ୍ ଡେମ୍ ହେବ। ଏଥିସହ ଘାଟିର ଅନ୍ୟାନ୍ୟ ବିକାଶ କରାଯିବ ବୋଲି ବିଧାୟକ ଶ୍ରୀ ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହାପରେ ସେମାନେ ସଂନ୍ଧ୍ୟାରେ ତିଲିସିଙ୍ଗି ଠାରେ ଥିବା ଲଙ୍କେଶ୍ଵରୀ ପାହାଡ ପରିଦର୍ଶନ କରିଥିଲେ । ଉକ୍ତ ପାହାଡ କୁ ପର୍ଯ୍ୟଟକ ମାନେ ବିଭିନ୍ନ ସମୟରେ ଆସନ୍ତି। ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ସେଠାରେ ୨ କୋଟି ଟଙ୍କା ବ୍ୟୟ ହେବ । ବିଧାୟକ ଙ୍କ ଗସ୍ତ ସମୟରେ ଡି ଏଫ୍ ଓ ହିମାଂଶୁ ଶେଖର ମହାନ୍ତି, ବିନୋଦ ଆଚାର୍ଯ୍ୟ, ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ନାୟକ,ଗାଲେରୀ ରେଞ୍ଜର ଆଶାଲତା ଦିଗାଲ , ବନପାଳ ଶୁଭସ୍ମିତା ପାତ୍ର,ଭାଜପା ନେତା ପଦ୍ମ ଚରଣ ପ୍ରଧାନ, ପ୍ରମୋଦ ପାତ୍ର, ଧବଳେଶ୍ୱର ମାଝୀ, ସମିତି ସଭ୍ୟ ସୁବାଷ ପ୍ରଧାନ, ଲକ୍ଷ୍ମୀ ପଣ୍ଡା, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଘୁମୁସର ର ବୀର ଚକରା ବିଷୋୟୀ ଉକ୍ତ ଘାଟିରେ ରହି ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଲଢେ଼ଇ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ