ପୋଖରୀରେ ବୁଡ଼ି ଯୁବକ ମୃତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପଟିଗୁଡା ଗ୍ରାମ ପୋଖରୀ ରେ ବୁଡ଼ି ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ପଟିଗୁଡା ଗ୍ରାମର ଲକ୍ଷ୍ମୀ ସାହୁ ଙ୍କ ପୁତ୍ର ନିରଞ୍ଜନ ସାହୁ (୧୭) ବୁଧବାର ଅପରାହ୍ନ ପ୍ରାୟ ୩ ଟାରେ ନିରଞ୍ଜନ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣ ରୁ ସେ ପୋଖରୀ ର ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । ପୋଖରୀ ରେ ଗାଧୋଉଥିବା କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପାଟପୁର ପୋଲିସ ଟିମ୍ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ନଂ.୨୧/୨୪ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ଡାକ୍ତରଖାନା କୁ ପଠାଇ ତଦନ୍ତ ଚଳାଇଥିବା ପାଟପୁର ଥାନା ପକ୍ଷରୁ ସୂଚନା ମିଳିଛି ।