ସରସ୍ୱତି ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତ୍ରୟୋଦଶ ବାର୍ଷିିକ ଉତ୍ସୋବ ସୋମବାର ବଡଦାଣ୍ଡ ସ୍ଥିତ ସାଂସ୍କୃତିକ ମଣ୍ଡପରେ ସଭାପତି ରବିନ୍ଦ୍ର ନାଥ ରଥ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ,ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶାର ପ୍ରାକ୍ତନ ପ୍ରମୁଖ ରାମ ପ୍ରସାଦ ପଟ୍ଟନାୟକ ,ସମ୍ମାନୀତ ଅତିଥିଭାବେ ଯୋଗଦେବା ବହୁ ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଶେଷରେ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଦୀର୍ଘ ୧୩ ବର୍ଷ ଧରି ଏହି ଅନୁଷ୍ଠାନ ବେଲଗୁଣ୍ଠା ଅଂଚଳରେ ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୃଷ୍ଟି କରିଥିବାରୁ ଆଚାର୍ଯ୍ୟ ମାନଙ୍କୁ ଅତିଥିମାନେ ପ୍ରଂଶସା କରିଥିଲେ ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଂଗାରଂଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଓ ଗୁରୁମା ମାନେ କାର୍ଯ୍ୟରେ ପରିଚାଳନା କରିଥିଲେ ।


