ବିଜେପି ମଣ୍ଡଳ ସଭାପତି ଙ୍କ ନାମ ଘୋଷଣା

ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍‌): ବିଜେପିର ଘୁମୁସର ଜିଲ୍ଲା ପକ୍ଷରୁ ବୁଗୁଡା ବ୍ଲକର ନୂତନ ମଣ୍ଡଳ ସଭାପତି ମାନଙ୍କ ନାମ ଘୋଷଣା କରାଯାଇଛି । ବୁଗୁଡା ନଗର ସଭାପତି ଭାବେ ସୂର‌୍ୟ୍ୟନାରାୟଣ ମହାନ୍ତି, କରଚୁଲି ମଣ୍ଡଳର ସଭାପତି ଭାବେ ମାନସ ରଞ୍ଜନ ପ୍ରଧାନ, ମାଣିତରା ମଣ୍ଡଳର ସଭାପତି ଭାବେ ସୁଶାନ୍ତ କୁମାର ଡାକୁଆ, ବାଲିପଦର ମଣ୍ଡଳର ସଭାପତି ଭାବେ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ନାମ ଘୋଷଣା ହୋଇଛି । ଜିଲ୍ଲା ପ୍ରତିନିଧି ଭାବେ କରଚୁଲି ମଣ୍ଡଳରୁ ବିଷ୍ନୁ ଚରଣ ପ୍ରଧାନ, ମାଣିତରାମଣ୍ଡଳରୁ ସରପଞ୍ଚ ସୂର‌୍ୟ୍ୟ ମଣି ଗଉଡ, ବାଲିପଦର ମଣ୍ଡଳରୁ ଭଗବାନ ଜେନା (ମିଟୁ) ଓ ବୁଗୁଡା ନଗରରୁ ତ୍ରିଲୋଚନ ସାହୁ ମନୋନୀତ ହୋଇଛନ୍ତି । ଏହି ନୂତନ ମଣ୍ଡଳ ସଭାପତି ମାନେ ଦାୟିତ୍ଵ ଗ୍ରହଣ ପରେ ପୂର୍ଣ୍ଣାଙ୍ଗ ମଣ୍ଡଳ କର୍ମକର୍ତ୍ତା ସ୍ଥିର କରିବେ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ