ରାଜନଗରରେ ମା ବଟେଶ୍ବରୀଙ୍କ ବିଗ୍ରହ ନୂତନ ମନ୍ଦିରକୁ ପ୍ରଵେଶ ଉତ୍ସବ
ରାଜନଗର, (ୱାଏନଏସ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ସଦର ମହକୁମା ଵଡଦାଣ୍ଡର ମା ଆରାଧ୍ୟ ଦେବୀ ବଟେଶ୍ବରୀଙ୍କର ଆଜି ନଵ ନିର୍ମୀତ ମନ୍ଦିରକୁ ପ୍ରଵେଶ ଉତ୍ସଵକୁ ଵଡଦାଣ୍ଡର ଶ୍ରଦ୍ଧାଳୁ ମାନେ ଜାକଜମକ ସହ ପାଳନ କରୁ ଅଛନ୍ତି।ପଣ୍ଡିତ ଵିଜୟା ନନ୍ଦ ଓ ଶଙ୍କର୍ଷଣ ମିଶ୍ରଙ୍କ ମିଳିତ ପୂଜାର୍ଚ୍ଚନାରେ ପୂଜକ ଟୁକୁ ମିଶ୍ର ଓ ବାଇକୁନୁ ମିଶ୍ର ସହଯୋଗ କରିଥିଲେ।ଏହି ଅବସରରେ ଦାଣ୍ଡର ଶତାଧିକ ନରନାରୀଙ୍କ ଶଙ୍ଖ, ଘଣ୍ଟ,ମୃଧଙ୍ଗ,କୀର୍ତ୍ତନସହ ହରିବୋଲ ହୁଳହୁଳୀରେ କଳସ ଶୋଭାଯାତ୍ରା ନେଇ ବଜାର ପରିକ୍ରମା କରି ମାଙ୍କ ନୂତନ ମନ୍ଦିରରେ ଅବସ୍ଥାନ କରା ଯାଇଥିଲା।ବ୍ରାହ୍ମଣଙ୍କ ଓ ପଣ୍ଡିତଙ୍କ ହୋମ ଯଜ୍ଞ ପୂଜାର୍ଚ୍ଚନା ପରେ ମାଙ୍କ ଵିଗ୍ରହକୁ ପ୍ରତିଷ୍ଠା କରି ନୂତନ ମନ୍ଦିର ଭିତରେ ମାଙ୍କ ଆସ୍ଥାନରେ ସ୍ଥାପନା କରାଯାଇଥିଲା।ମାଙ୍କ ପ୍ରଵେଶ ଉତ୍ସବରେ ରାଜନଗର ପଞ୍ଚାୟତର ଅପ୍ରତି ଦ୍ବନ୍ଦୀ ତଥା ପରୋପକାରୀ ନ୍ୟାୟବ ସରପଞ୍ଚ ଶ୍ରୀ ଵାଇଧର ସେଠୀ,ଟିମ ସାହୁ,ଅଜୟ ମହାରଣା,ବଟ ମହାରଣା,ପ୍ରେମାନନ୍ଦ ସାହୁ,ବାବାଜୀ ଵିଶ୍ବାଳ,ଵାଵୁ ବିଶ୍ବାଳ ପ୍ରମୁଖ ମୁଖ୍ୟ ସହଯୋଗ କରିଥିଲେ।


