ପାହାଡିଆ ଜଳସ୍ରୋତରୁ ଜାତ ବୁରୁଡ଼ା ନାଳକୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କଲେ ୨୫ ଶହ ଏକର ଚାଷ ଜମି ଜଳସେଚିତ ହୋଇପାରିବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ପାହାଡିଆ ଜଳସ୍ରୋତରୁ ଜାତ ବୁରୁଡ଼ା ନାଳ ଅନ୍ୟତମ ଅଟେ | ଏହି ପାହାଡିଆ ନଳରେ ପ୍ରବାହିତ ହେଉଥିବା ଜଳସ୍ରୋତ ଦ୍ୱାରା ୨୫ ଶହ ଏକର ଜମିକୁ ଅତି ସୁବିଧାରେ ଜଳ ସେଚନ କରାଯାଇପାରିବ ବୋଲି ସ୍ଥାନୀୟ ସରପଞ୍ଚ ସୂଚନା ଦେଇ ତୁରନ୍ତ ଏହାକୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଭାବେ ନିର୍ମାଣ କରାଯାଉ ବୋଲି ଦାବି ଜଣାଇଛନ୍ତି. ଏହି ବୁରୁଡ଼ା ନାଳ ଶିଆଳି ପଂଚାୟତ ଦେଇ ତଳ ସ୍ତରକୁ ପ୍ରବାହିତ ହେଉଛି | ଶିଆଳି ପଂଚାୟତର ପେଡାମାଡ଼ି ଠାରୁ 3 କିମି ଦୂର ବୁରୁଡ଼ା ଗ୍ରାମ ଯାହାକି ଗୁମ୍ମା ବ୍ଲକରେ ଅବସ୍ଥିତ | ଏହାର 500 ମିଟର ଦୂରରେ ନୀଳା ନାଳ ଚିର ସ୍ରୋତ ନାଳରେ ମିଶେ | କ୍ଷୁଦ୍ର ଜଳ ସେଚନ ବିଭାଗର ଦୁର ର୍ଦାର୍ଷିତା ଅଭାବ ଯୋଗୁଁ ଏକ ଭଲ ପ୍ରକଳ୍ପ ହାତ ଛଡା କରାଗଲା ବୋଲି ଶିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ପ୍ରକାଶ କରି ଜଣେଇବା ସହ ସୂଚନା ଦେଇଛନ୍ତିଯେ, ଏହି ବିଷୟ ନେଇ ସେ ପାରଳାଖେମୁଣ୍ଡି ବିଧାୟକ ଓ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି | ଜଳ ସେଚନ ବିଭାଗ ସହ ବିଧାୟକ ରୁପେଶ ପାଣିଗ୍ରାହୀ ଆଲୋଚନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି | ନିଜେ ବିଧାୟକ, ସରପଞ୍ଚ, ଓ କ୍ଷୁଦ୍ର ଜଳ ସେଚନ ମିଳିତ ଭାବେ ଏହି ବୁରୁଡ଼ା ଗସ୍ତ କରି ପ୍ରସ୍ତାବିତ ସ୍ଥଳ ପରିଦର୍ଶନ କରିବା ସହ ଆବଶ୍ୟକ ଅନୁଧ୍ୟାନ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାଯାଇଛି | ଏହି ଚିରସ୍ରୋତା ନାଳ ଉପରେ ପ୍ରକଳ୍ପ କଲେ ଶିଆଳି, ଗରିବନ୍ଧା, କୀଡୀଗାଁ ପଂଚାୟତର ପ୍ରାୟ ୨୫ ଶହ ଏକର ଜମି ଜଳସେଚନ ହୋଇ ପାରିବ ବୋଲି ଶିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ