ବାତ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ନେଇ ଗଣ୍ଡଗୋଳ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ଯାଇଥିଲା ।ଏହି ବାତ୍ୟା ଆଶ୍ରୟସ୍ଥଳୀ ରେ ଅସୁରକ୍ଷିତ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ରଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ନାଉଗାଁ ଥାନା ଅନ୍ତର୍ଗତ ଡେରିକି ପଂଚାୟତରେ ଗଙ୍ଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂଚାୟତର ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ଯାଇଥିଲା । କିନ୍ତୁ ଏହି ପଂଚାୟତରେ ଅସୁରକ୍ଷିତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇ ନଥିଲା । ଯାହାଫଳରେ ପରବର୍ତି ସମୟରେ ଉତେଜନା ପ୍ରକାଶ ପାଇଥିଲା । ଅସୁରକ୍ଷିତ ଅବସ୍ଥାରେ ରହିଥିବା ଚିତ ଜେନା ଓ ୱାର୍ଡ ସଭ୍ୟା ସ୍ୱାମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଥାନାରେ ପୃଥକ ଅଭିଯୋଗ କରାଯାଇଛି । ଚିତ ଜେନା ପ୍ରଦାନ କରିଥିବା ଅଭିଯୋଗ ମୁତାବକ ଅସୁରକ୍ଷିତ ଅବସ୍ଥାରେ ରହିଥିଲେ । ତାଙ୍କ ୱାର୍ଡରେ ଥିବା ୱାର୍ଡ ସଭ୍ୟା ତାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ କହି ନଥିଲେ । ବାତ୍ୟା ଯୋଗୁ ସେ ଭୟଭିତ ହୋଇ ଅନ୍ୟ ଏକ ସ୍ଥାନରେ ରହିଥିଲେ । ବାତ୍ୟା ପରଦିନ ଅର୍ଥାତ ଶୁକ୍ରବାର ପଂଚାୟତରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଶୁଖିଲା ଖାଦ୍ୟ ପାଇଁ ଯିବା ସମୟରେ ତାଙ୍କ ନାମ ପଂଜୀକୃତ ହୋଇ ନଥିବା କହି ଫେରାଇ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ସେହିପରି ୱାର୍ଡ ସଭ୍ୟା ବନିତା ମହାନ୍ତି ଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ପ୍ରଭାତୀ ମହାନ୍ତି ଓ ଚିତ ଜେନା ଙ୍କର ପୂର୍ବରୁ ମନମାଳିନ୍ୟ ଥିଲା । ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ଚିତ ତାଙ୍କ ସ୍ୱାମୀ ପ୍ରଭାତଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୨୮୦/୨୪ ଓ ୨୮୨/୨୪ ରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଚାଲୁ ରହିଥିବା ଥାନାଧିକାଧିରୀ ସଂଘମିତ୍ରା ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ